ଯାଜପୁର ଚଣ୍ଡିଖୋଲ ବିଜେଡି ପାର୍ଟି ଅପିଂସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣା ; ଅଭିଯୁକ୍ତକୁ ଆଜୀବନ ଜେଲ

ଯାଜପୁର : ୨୦୧୪ ମସିହା ମାର୍ଚ୍ଚ ୨୦ ତାରିଖରେ ଯାଜପୁର ଚଣ୍ଡିଖୋଲ ବିଜେଡି ପାର୍ଟି ଅପିଂସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଶେଷଦେବ ସ୍ୱାଇଁଙ୍କୁ ବୁଧବାର ଆଜୀବନ କାରାଦଣ୍ଡାଦେଶ ହୋଇଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା।
ସୂଚନା ଅନୁଯାୟୀ, ଯାଜପୁର ଜିଲା ଦୌରାଜଜ ବୁଧବାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଗ୍ରହଣ କରି ଏହି ବିଚାର ଶୁଣାଇଛନ୍ତି । ପୂର୍ବ ଶତୃତାକୁ କେନ୍ଦ୍ର କରି ଚଣ୍ଡିଖୋଲ ବିଜେଡି କାର୍ୟ୍ୟାଳୟ ସମ୍ମୁଖରେ ନୂଆ ସୁଂଗୁଡା ଗାଁର ଦୀପକ କୁମାର ନାୟକଙ୍କୁ ୪ ଜଣ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ଦୁର୍ବୃତ୍ତ ମାନେ ପେଂରାର ହୋଇଯାଉଥିବା ସମୟରେ ଦୁର୍ଘଟଣା ଘଟି ଅନ୍ୟତମ ଅଭିଯୁକ୍ତ ଜଗନ୍ନାଥ ମହାରଣାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟତମ ଅଭିଯୁକ୍ତ ଅଜିତ୍ କୁମାର ପରିଡା ପୂର୍ବରୁ ଗିରପଂ ହୋଇଥିବା ବେଳେ ଅଭିଯୁକ୍ତ ମୁନୁ ମହାରଣା ଏବେବି ପେଂରାର ରହିଛି। ଏହି ଘଟଣାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଏହି ରାୟ ଶୁଣାଇଛନ୍ତି ।

Comments are closed.