ହୃଦ ରୋଗୀଙ୍କ ପାଇଁ ସଂଜିବନୀ ରାଷ୍ଟ୍ରୀୟ ବାଲ ବିକାଶ କାର୍ଯ୍ୟକ୍ରମ

ଯାଜପୁର: ଯାଜପୁର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ୧୪ଜଣ ଛାତ୍ରଛାତ୍ରୀଙ୍କୁ ହୃଦ୍ ଅସ୍ତ୍ରୋପଚାର ପାଇଁ ଅହମଦାବାଦ୍ ସ୍ଥିତ ସତ୍ୟସାଥ ହୃଦୟାଳୟକୁ ପଠାଯାଇଛି। ବଡ଼ଚଣା ବ୍ଲକରୁ (୪), ବରୀ ବ୍ଲକରୁ (୨) ,ବିଞ୍ଝାରପୁର (୧) ଓ ଦାନଗଦୀରୁ(୧), କୋରାଇ ବ୍ଲକରୁ(୩), ମଙ୍ଗଳପୁରରୁ(୧) ଓ ଯାଜପୁର ବ୍ଲକରୁ(୨) ଜଣ ଛାତ୍ରଛାତ୍ରୀଙ୍କୁ ଆରବିଏସ୍କେ ଆୟୁଷ ଡ଼ାକ୍ତର ବସନ୍ତ କୁମାର ପଣ୍ଡା ଓ ଡ଼ା ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ନିଆଯାଇଛି । ଜିଲା ସ୍ୱାସ୍ଥ୍ୟ ସମିତି, ଯାଜପୁର ଓ ରାଜ୍ୟ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ସମସ୍ତ ଚିକିତ୍ସା ଓ ପରିବହନ ଖର୍ଚ୍ଚ ଯୋଗାଇ ଦିଆଯାଇଛି । ଅଦ୍ୟାବଧି ଯାଜପୁର ଜିଲାର ହୃଦରୋଗରେ ପିଡ଼ୀତ ୮୫ଜଣ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ମାଧ୍ୟମରେ ସୂଚାର ରୂପେ ଅସ୍ତ୍ରୋପଚାର କରାଯାଇଛି ।

ଜିଲାପାଳ ରଞ୍ଜନ କୁମାର ଦାସ, ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଅରୁଣ କୁମାର ପାତ୍ର, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା କାହ୍ନୁଚରଣ ନାୟକ, ଡ଼ା ରୁଦ୍ରପ୍ରତାପ କର, ଜିଲା ପ୍ରୋଗ୍ରାମ ସଂଚାଳକ ଚିନ୍ମୟ ବରାଳ ଓ ଆରବିଏସ୍କେ ପରିଚାଳକ ସମ୍ବିତ କୁମାର ଭୋଳ ଏବଂ ଜିଲାର ସମସ୍ତ ବ୍ଲକର ଆରବିଏସ୍କେ ଆୟୁଷ ଡ଼ାକ୍ତର ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Comments are closed.