ବିବାହ ବାର୍ଷିକୀରେ ରକ୍ତଦାନ କରି ଉଦାହରଣ ସାଜିଲେ ଦମ୍ପତ୍ତି

ଯାଜପୁର :  ସାଧରଣତଃ ବିବାହ ବାର୍ଷିକୀ ଉତ୍ସବରେ ଭୋଜିଭାତ କରି ପଳନ କରୁଥିବାବେଳେ ଯାଜପୁର ଜିଲା ବରୀ ଅଞ୍ଚଳର ଏକ ଦମ୍ପତ୍ତି  ରକ୍ତଦାନ କରି ଉଦାହରଣ ସାଜିଛନ୍ତି।  ସ୍ୱେଚ୍ଛାସେବୀ ସତ୍ୟରଂଜନ କର ନିଜର ୭ମ ବିବାହ ବାର୍ଷିକ ଉତ୍ସବରେ ନିଜ ପତ୍ନୀଙ୍କ ସହିତ ଯାଜପୁର ରେଡକ୍ରସରେ ରକ୍ତଦାନ କରିଥିଲେ । ତାଙ୍କ ସହିତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରତିବର୍ଷ ସତ୍ୟରଂଜନ ନିଜର ବିବାହ ବାର୍ଷିକରେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ଜନ୍ମ ଦିନ, ଏକାଦଶାହ ଭଳି କାର୍ଯ୍ୟକ୍ରମରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ପ୍ରେରଣା ଯୋଗାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଯାଜପୁର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ସାମିଲ ହୋଇ ସତ୍ୟରଂଜନଙ୍କୁ ବଧେଇ ଜଣେଇଥିଲେ ।

Comments are closed.