ବାଇକ ଉପରେ ଡମ୍ଫର ଓଲଟି ଦମ୍ପତି ଗୁରୁତର

ଯାଜପୁର : ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ପଙ୍କପାଳ ବଙ୍ଗଳା ନିକଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଏକ ଆଇରନ କ୍ରୋମ ବୋଝେଇ ଡମ୍ଫର ରାସ୍ତାରେ ଯାଉଥିବା ଏକ ବାଇକ ଉପରେ ଓଲଟି ପଡ଼ିଛି। ଏହି ବାଇକରେ ଯାଉଥିବା ଉଭୟଙ୍କ ଘର  ତଳଜଙ୍ଗା ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କଳିଙ୍ଗନଗରଥାନା ଅନ୍ତର୍ଗତ ପଙ୍କପାଳ ବଙ୍ଗଳା ନିକଟରେ ଏକ ଆଇରନ କ୍ରୋମ ବୋଝେଇ ଡମ୍ଫର ବାଇକ ଉପରେ ଓଲଟି ପଡ଼ିଥିଲା। ଉକ୍ତ ବାଇକରେ ଏକ ଦମ୍ପତ୍ତି ଯାଉଥିଲେ। ଆଇରନ୍ ବୋଝେଇ କ୍ରୋମାଇଟ୍ ଡମ୍ପର ତାଙ୍କ ଉପରେ ଓଲଟି ପଡିବା ଫଳରେ ଉଭୟ ଦମ୍ପତ୍ତି କ୍ରୋମାଇଟରେ ପୋତି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଓ ପୋଲିସର ସହାୟତାରେ ଉଭୟ ଦମ୍ପତ୍ତିଙ୍କୁ ଆଇରନ କ୍ରୋମାଇଟ୍ ଭିତରୁ ଉଦ୍ଧାର କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆହତ ମହିଳାଙ୍କ ସ୍ଵାମୀଙ୍କ ଗୋଡ ଛିଣ୍ଡି ଯାଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ଡମ୍ପର ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି।

Comments are closed.