ଯାଜପୁର ଜିଲା ପରିଦର୍ଶନକଲେ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୂଷଣ ଦାସ

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ ଓ ରାହାଡପୁର ଖାଦାନ ଅଞ୍ଚଳ ବୁଧବାର ରାଜସ୍ବ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୂଷଣ ଦାସ ପରିଦର୍ଶନ କରିଛନ୍ତି।  ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ୍ କାରବାରରେ ରୋକ୍ ଲଗାଇବାକୁ ପ୍ରଶାସନ ପ୍ରୟାସ ଜାରି ରଖାଯାଇଛି । ପୂର୍ବରୁ ସଂପୃକ୍ତ ଖାଦାନ ଅଞ୍ଚଳରେ ପ୍ରଶାସନ ୧୪୪ଧାରା ଜାରି କରିଥିଲା । ତେବେ ଏହା ସତ୍ୱେ ପଥର ମାଫିଆମାନେ ଏଠାରୁ ଖଣି ଲୁଟ୍ କରୁଥିବା ଅଭିଯୋଗ ଉଠିଥିଲା । ସଚିବ ପ୍ରଥମେ ଡଙ୍କାରୀ କଳାପଥର ଖାଦାନ ଓ ପରେ ରାହାଡପୁର ଅଞ୍ଚଳ ପରିଦର୍ଶନ କରି କରିଥିଲେ । ଏହି ଗସ୍ତ ସମୟରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାରଙ୍କ ସମେତ ଧର୍ମଶାଳା ଓ ଜେନାପୁର ଥାନା ଅଧିକାରୀ ପ୍ରମୁଖ ସାମିଲ ଥିଲେ । କୈାଣସିମତେ ବେଆଇନ କାରବାରକୁ ପ୍ରଶୟ ଦିଆଯିବନାହିଁ ବୋଲି ସଚିବ ସୂଚନା ଦେଇଛନ୍ତି ।

Comments are closed.