ଗୋ ଚାଲାଣ ବେଳେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ ; ଡ୍ରାଇଭର ଫେରାର

ଯାଜପୁର: ଯାଜପୁର ଜିଲା ବାରବାଟୀ ବଜାରରେ ସୋମବାର ଗୋ ଚାଲାଣ ହେଉଥିବା ସମୟରେ ଗାଡିକୁ ସ୍ଥାନୀୟ ଲୋକେ ଅଟକାଇଛନ୍ତି।

ସୂଚନା ଅନୁଯାୟୀ, ବାରବାଟୀ ବଜାର ୧୬ନଂ ଜାତୀୟ ରାଜପଥ ଦେଇ କୁଆଖିଆ ଅଭିମୁଖେ ଏହି ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ କିଛି ଯୁବକ ଏହାର ପିଛା କରି ବାରବାଟୀ ଛକ ନିକଟରେ ଗାଡିଟିକୁ ଅଟକାଇଥିଲେ। ଠିକ ଏହି ସମୟରେ ଗାଡି ଚାଳକ ଘଟଣାସ୍ଥଳରୁ ଖସିଯିବାକୁ ସକ୍ଷମ ହୋଇଥିଲା। ଫଳରେ ସ୍ଥାନୀୟ ଲୋକେ ଗାଡ଼ିରେ ବନ୍ଧା ହୋଇଥିବା ୬ଟି ଗାଈକୁ ଫିଟାଇ ବାହାରକୁ ଛାଡି ଦେଇଥିଲେ। ପରେ ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଭ୍ୟାନଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଗାଈଙ୍କୁ କେଉଁଠୁ ଅଣାଯାଇଥିଲା ଏବଂ କେଉଁଠାକୁ ଚାଲାଣ କରାଯାଉଥିଲା ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

Comments are closed.