ଗୁଣିଗାରେଡ଼ି ସନ୍ଦେହରେ ଡବଲ୍ ମର୍ଡର

ଭୁବନେଶ୍ବର : ଗୁଣିଗାରେଡି ସନ୍ଦେହରେ ଘଟିଛି ଡବଲ ମର୍ଡର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁରେ । ଗୁଣିଗାରେଡି ସନ୍ଦେହରେ ନିମପଲ୍ଲୀ ଗାଁ ସ୍ବାମୀ ଓ ସ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ମୃତଦେହ ଉଦ୍ଧାର କରି କଳିଙ୍ଗନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । କିଛିଦିନ ତଳେ ଗୁଣିଗାରେଡି ସନ୍ଦେହରେ ଓଲଳ ପଞ୍ଚାୟତ ଛତରା ଗାଁରେ ଜଣେ ବୃଦ୍ଧାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲ ।

Comments are closed.