ଯାଜପୁରରେ ଆସନ୍ତା କାଲି ଅନୁଷ୍ଠିତ ହେବ – ଜିଲାପରିଷଦ, ସମିତିସଭ୍ୟ, ସରପଞ୍ଚ ଉପନିର୍ବାଚନ

ଯାଜପୁର : ଯାଜପୁର ଜିଲାରେ ବୁଧବାର ଗୋଟିଏ ଜିଲାପରିଷଦ ଆସନ, ୨ଟି ୱାର୍ଡମେମ୍ବର, ସମିତିସଭ୍ୟ ଏବଂ ସରପଞ୍ଚ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ। ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୮ ନମ୍ବର ଜୋନରେ ଜିଲାପରିଷଦ ପାଇଁ ମଧ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଗତକାଲି ଠାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇ ସାରିଛି । ନିର୍ବାଚନକୁ ସୁପରିଚାଳନା ପାଇଁ ଏକ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଜିଲାର ୧୩୭ଟି ବୁଥରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଅବାଧରେ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି ।

Comments are closed.