ଆରମ୍ଭ ହେଲା ଜୟପୁର ସାହିତ୍ୟ ମହୋତ୍ସବ

ଜୟପୁର : ରାଜସ୍ଥାନର ଜୟପୁରଠାରେ ଗୁରୁବାରଠାରୁ ଜୟପୁର ସାହିତ୍ୟ ମହୋତ୍ସବ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମହୋତ୍ସବକୁ ଉଦ୍‍ଘାଟନ କରିଛନ୍ତି । ଉଦ୍‍ଘାଟନ ଉତ୍ସବରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,ଜୟପୁର ସାହିତ୍ୟ ମହୋତ୍ସବ ଜୟପୁର ପାଇଁ ଏକ ଗୌରବ । ସେ କହିଛନ୍ତି,ଏହି ମହୋତ୍ସବ ମାଧ୍ୟମରେ ଲୋକମାନଙ୍କୁ ଜୟପୁରର ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ମିଳିବ । ଏହା ଏଭଳି ଏକ ମଞ୍ଚ ଯେଉଁଠି ଲୋକମାନେ ବିନା ବାଧାବିଘ୍ନରେ  ସେମାନଙ୍କର ମତାମତ ଉପସ୍ଥାପନ କରିପାରିବେ।
ରାଜ୍ୟ ଶକ୍ତିମନ୍ତ୍ରୀ ବି.ଡି. କାଲା ମଧ୍ୟ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ। ଏହି ମହୋତ୍ସବରେ ବିଭିନ୍ନ କ୍ଷେତ୍ରରର ୫୦୦ ବକ୍ତା ଅଂଶଗ୍ରହଣ କରୁଛନ୍ତି। ଏଥରକୁ ମିଶାଇ ଏହା ହେଉଛି ତ୍ରୟୋଦଶ ସାହିତ୍ୟ ମହୋତ୍ସବ।

Comments are closed.