ପୋଜାପ୍ପୁରା କାରାଗାରର ୨୬୨ କଏଦୀ ସଂକ୍ରମିତ

ତିରୁଅନନ୍ତପୁରମ୍‌: କେରଳର ତିରୁଅନନ୍ତପୁରମ୍‌ସ୍ଥିତ ପୋଜାପ୍ପୁରା କେନ୍ଦ୍ରୀୟ କାରାଗାରର ୨୬୨ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନ ମଧ୍ୟରେ ଏହି କାରାଗାରର ମୋଟ ୯୩୬ କଏଦୀଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ଏଥିମଧ୍ୟରୁ ୨୬୨ଟି ନମୁନା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ‌କାରାଗାରର ଅଧୀକ୍ଷକ ସଂକ୍ରମିତ କଏଦୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରଙ୍କୁ ନିୟୋଜିତ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କଏଦୀଙ୍କୁ ସ୍ବତନ୍ତ୍ର ସେଲ୍‌ ବ୍ଲକ୍‌କୁ ସ୍ଥାନାନ୍ତର କରାଯାଇଛି। ସେହିପରି କନ୍ନୁର କେନ୍ଦ୍ରୀୟ କାରାଗାରର ୧୦ଜଣ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହି କାରାଗାରର ଯେଉଁ କଏଦୀମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନେ କାଝିକୋଡ୍‌ ଏବଂ କାସରଗୋଡରୁ ରିମାଣ୍ଡ କଏଦୀ ଭାବେ ଏଠାକୁ ଆସିଥିଲେ। ଏହି କଏଦୀମାନଙ୍କୁ ଅଲଗା କୋଠରିରେ ସଙ୍ଗରୋଧରେ ରଖାଯାଇଛି। କାରାଗାରରେ ଥିବା ଅନ୍ୟ କଏଦୀମାନଙ୍କ କରୋନା ଯାଞ୍ଚ କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରକାଶଯୋଗ୍ୟ, କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି। ଶୁକ୍ରବାର କେରଳରେ ୪୧ ହଜାର ୬୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ଥିରୁଭନନ୍ଥପୁରମ୍‌ରୁ ସବୁଠାରୁ ଅଧିକ ୭୮୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇବାକୁ କେରଳ ସରକାର କରୋନା କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି।

Comments are closed.