ସମ୍ବଲପୁରରେ ବିଜେପିର ଜେଲଭରୋ ଆନ୍ଦୋଳନ; ସମୂହ ଗିରଫଦାରି

ସମ୍ବଲପୁର:ରାଜ୍ୟ ସରକାରଙ୍କ କୃଷି ନୀତିକୁ କୃଷକ ମାରଣ ନୀତି ବୋଲି ଅଭିଯୋଗ କରି ଆଜି ସମ୍ବଲପୁର ବିଜେପି ପକ୍ଷରୁ ଏଠାରେ ଜେଲ ଭରୋ ଆନ୍ଦୋଳନ କରାଯାଇଥିଲା। ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ଧାନ ବିକ୍ରିକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଛକ୍କାପଞ୍ଜା, ମଣ୍ଡି ଅବ୍ୟବସ୍ଥା, ଟୋକନ ଅବ୍ୟବସ୍ଥା ଓ ମିଲର ରାଜକୁ ଘୋର ବିରୋଧ କରାଯାଇଛି। କଟନୀ ଛଟନୀକୁ ସମ୍ପୁର୍ଣ୍ଣ ଉଚ୍ଛେଦ ସହିତ ଚାଷୀର ଧାନ ବିକ୍ରି ପରିମାଣକୁ ଏକର ପ୍ରତି ୧୩ କ୍ବିଣ୍ଟାଲରୁ ୧୯ କ୍ବିଣ୍ଟାଲକୁ ବୃଦ୍ଧି ଦାବି କରାଯାଇଛି। ମଣ୍ଡି ପରିଚାଳନା ଟଙ୍କା କୁଆଡ଼େ ଯାଉଛି ଓ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବୋନସ ଟଙ୍କା କିଏ ଖାଉଛି ବୋଲି ବିଜେପି ପ୍ରଶ୍ନ କରିଛି।

ପ୍ରତିବାଦ ସଭାରେ ଜିଲା ସଭାପତି ଗିରୀଶ ପଟେଲ ସଭାପତିତ୍ୱ କରିଥିଲେ। ବିଜେପି କୃଷକ ମୋର୍ଚ୍ଚା ଜିଲା ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ ସଭାକୁ ପରିଚାଳନା କରିଥିଲେ। ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାଏକ, ଜିଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ସୀମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର ଓ ରାମଚନ୍ଦ୍ର ମେହେର, କୃଷକ ମୋର୍ଚ୍ଚାର ଶଶିଭୂଷଣ ତ୍ରିପାଠୀ, ଚନ୍ଦ୍ରଶେଖର ପଣ୍ଡା, ଜୟରାମ ନାଏକ ଓ ଦେବେନ୍ଦ୍ର ନାଏକ ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ପ୍ରତିବାଦ ସଭାରେ ଅନେକ ଚାଷୀ ମଧ୍ୟ ଯୋଗ ଦେଇଥିଲେ। ବିକ୍ଷୋଭକାରୀମାନେ ଜିଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୁଲିସ ସହିତ ଠେଲାପେଲା ହୋଇଥିଲା। ପୁଲିସ ଜୟନାରାୟଣ, ନାଉରୀ, ରବି, ଗିରୀଶ, ବୃନ୍ଦାବନ, ରାଧେଶ୍ୟାମ, ସୀମାଞ୍ଚଳ ପ୍ରମୁଖ ଶତାଧିକ କର୍ମୀଙ୍କୁ ସେଠାରୁ ଗିରଫ କରିନେଲା ପରେ ଆଇନଗତ ଔପଚାରିକତା ପୂରଣ କରି ଛାଡ଼ି ​ଦେଇଛି। ପ୍ରତିବାଦ ସଭାରେ ନରେନ୍ଦ୍ର ମିଶ୍ର, ସୁଶାନ୍ତ ପୁରୋହିତ, ଡା. ପ୍ରଭାସ ଦେବତା, ସରୋଜ କୁମାର ଘଡ଼େଇ, ସୁଶୀଳ କର, ମହମ୍ମଦ ହାସିମ, ମୋହନ ଦାଶ, ଆଶିଷ ହୋତା, ପ୍ରଦୀପ କୁମାର ବେହେରା, ଆଶିଷ ବାବୁ, ପ୍ରଭୁଦତ୍ତ ପଣ୍ଡା, ସୌମିକ ବାବୁ, ଅରୁଣ ଦାଶ, ଅନ୍ନପୂର୍ଣ୍ଣା ବାରିକ, ସୀତା ଛୁରିଆ, ସଂଯୁକ୍ତା ପ୍ରଧାନ, ରୁନୁ ପ୍ରଧାନ, ପୁଷ୍ପାଞ୍ଜଳି ଜେନା, ସେବତୀ ପଟ୍ଟନାୟକ, ଲକ୍ଷ୍ମୀ ଜେନା, ସବିତା ହୋତା, ଅଶ୍ୱିନୀ ମାଝୀ ଓ ମାନସ ବକ୍ସି ପ୍ରମୁଖ ଯୋଗ ଦେଇଥିଲେ।

Comments are closed.