ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲା ବାଲିକୁଦା ଥାନା ଚଅଁରପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଥିବା ନେଇ ଖବର ମିଳିଛି। ପୋଖରୀରେ ବୁଡି ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଖେଳିବା ସମୟରେ ଶିଶୁପୁତ୍ର ଘର ଆଗରେ ଥିବା ପୋଖରୀକୁ ଖସିପଡିଥିବା ନେଇ ସନ୍ଦେହ କରାଯାଉଛି। ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି।

Comments are closed.