ଜଗତପୁର ଶିଶୁ ମନ୍ଦିରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ଜଗତପୁର : ନିମପୁରସ୍ଥିତ ଜଗତପୁର ସରସ୍ବତୀ ଶିଶୁ ବିଦ୍ୟ ମନ୍ଦିରରେ କୃତ୍ତୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବୁଦବାର ଏକ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପ୍ରଜ୍ଞାନ ମିଶନର ସ୍ବାମୀ ବିଜ୍ଞାନନ୍ଦ ମହାରାଜ ଏବଂ ସମ୍ମନୀୟ ଅତିଥି ଭାବରେ ବରିଷ୍ଠ ସମ୍ବାଦିକ ଗଗନ ରଞ୍ଜନ ମହାନ୍ତି ଯୋଗଦାନ କରି ମେଧାବୀ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ  ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ସୂଚନା ଯୋଗ୍ୟ, ଗତ ପଠାଣି ସାମନ୍ତ ଗଣିତ  ପ୍ରତିଭା  ପରୀକ୍ଷାରେ ଷଷ୍ଠ  ଶ୍ରେଣୀର କପିଲେଶ ମିଶ୍ର , ତୃତୀୟ ଶ୍ରେଣୀ ସରକାରୀ ବୃତିରେ ଆଶୁତୋଷ ନନ୍ଦ, ଜ୍ୟୋତ୍ସାରାଣୀ ସାହୁ ଓ ପ୍ରିୟାଂଶୁ ଭଦ୍ରା ସଫଳତା ପାଇବାସହ ଗତ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ପାୟଲ ଦାସ ଓ ଦେବସ୍ଣିତା ମହାପାତ୍ର ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି।

ପରିଚାଳନା ସମିତିର ଉରସଭାପତି ନିରଞ୍ଜନ ବିଶ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ପ୍ରଧାନ ଆଚାର୍ଯ୍ୟ ଯୁଧିଷ୍ଠିର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସମ୍ପାଦକ ସଚ୍ଚିଦାନନ୍ଦ ଶୁକ୍ଲ ଧନ୍ୟବାଦ ଅର୍ପଣ କରିଥିଲେ। ପର୍ଯ୍ୟୟ ପ୍ରମୁଖ ରଶ୍ମିରେଖା ପଣ୍ଡା ପରିଚାଳନା କରିଥିଲେ।

ପରୀକ୍ଷା ପ୍ରମୁଖ ସୂର୍ଯ୍ୟାନାରାୟଣ  ସାହୁ , ଆଚାର୍ଯ୍ୟ  ଶରତ କୁମାର ସାହାଣୀ, ରବୀନ୍ଦ୍ର କୁମାର ବେହେରା, ବୈରାଗୀ ଚରଣ ରାଉତ, ମମତା ନାୟକ, ଗୀତୀଞ୍ଜଳି ବାରିକ, ସୁଧାଂଶୁ ନଳିନୀ ପଣ୍ଡା, ଅରବିନ୍ଦ ବାରିକ, ଦେବଦତ ବସ୍ତିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.