ଲଣ୍ଡନ ସହରରେ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପନା ଦିବସ ପାଳିତ

ଆଜିର ବିଶ୍ବ ଦରବାରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ତୀବ୍ର ଗତିରେ ଅଗ୍ରଗତି ହେବାରେ ଲାଗିଛି। ବିଶ୍ବଭ୍ରାତୃତ୍ବ ରେ ବିଶ୍ବବାସୀଙ୍କୁ ଗୋଟିଏ ସ୍ବରରେ ବାନ୍ଧିବାର କର୍ତ୍ତା ଏକା ସେଇ ଜଗତରନା ଥଜଗନ୍ନାଥ। ଆଜି ବିଶ୍ବ ଭୌତିକତାର ଚରମ ସୀମାରେ। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚରମ ବିସ୍ଫୋଟନ ହେତୁ ବିଶ୍ବ ନାନାବିଧ ଧର୍ମଗତ, ଭାଷାଗତ, ସମ୍ପ୍ରଦାୟଗତ, ରାଷ୍ଟ୍ରଗତ ଓ ବର୍ଣ୍ଣଗତ ବିଭେଦରେ ଆଚ୍ଛନ୍ନ। ସାମ୍ପ୍ରତିକ ପରିସ୍ଥିତିରେ ଜଗନ୍ନାଥ ସଂସ୍କୃତି ସବୁ ମଣିଷ, ଦେଶ, ସମ୍ପ୍ରଦାୟ ଓ ଜାତି ମଧ୍ୟରେ ଗଢ଼ିଥାଏ ଏକ ଅତୁଟ ସମ୍ପର୍କର ସେତୁ। ସନାତନ ଧର୍ମର ଏହି ମାର୍ଜିତ ରୂପରେଖ ତଳେ ଅପସରି ଯାଇଥାଏ ସମସ୍ତ ଅପସଂସ୍କୃତି ।ଏହି ସଂସ୍କୃତି ରଉଦାରବାଦୀ, ମାନବବାଦୀ ଓ ସାମ୍ୟବାଦୀ ଭାବଧାରା ଯୋଗୁଁ ଆଜି ବିଶ୍ବର ବହୁ ପ୍ରସିଦ୍ଧ ସହର ଗୁଡ଼ିକରେ ଗଢ଼ି ଉଠିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଏବଂ ଏହିମନ୍ଦିରମାନଙ୍କରେ ପୂଜିତ ହେଉଛନ୍ତି ଆମ ସମସ୍ତଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁ ଅଗ୍ରଜ ଶ୍ରୀବଳରାମ ଓ ଦେବୀ ସୁଭଦ୍ରାଙ୍କ ସହିତ।
ଅତଏବ ବିଶ୍ବର କୋଣ-ଅନୁକୋଣରେ ଅବସ୍ଥାପିତ-କାର‌୍ୟ୍ୟରତ ପୁଣ୍ୟଭୂମି ଉତ୍କଳର ସୁଯୋଗ୍ୟ ଦାୟାଦଗଣ ନିଜପ୍ରାଣ ପ୍ରିୟ ପ୍ରଭୁ ଶ୍ରୀଜଗନ୍ନାଙ୍କର ନିତ୍ୟଦର୍ଶନ-ପୂଜନ-ଆରାଧନା ନିମିତ୍ତ ସ୍ବ-ସ୍ବ କର୍ମସ୍ଥଳୀରେ ମିଳିତ ଭାବରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମନ୍ଦିର ତଥା ଶ୍ରୀବିଗ୍ରହ ସ୍ଥାପନା କରି ମନର ବ୍ୟାକୁଳତାକୁ ଶାନ୍ତ କରୁଛନ୍ତି। ତେଣୁ ଆଜି ଭାରତ ବାହାରେ ବିଶ୍ବର ଅନେକାନେକ ସହରରେ ଗଢ଼ି ଉଠିଛି ଶ୍ରୀଜଗନ୍ନାଥ ମନ୍ଦିର ଏବଂ ପାଳନ ହେଉଛି ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଐତିହାସିକ ରଥଯାତ୍ରା।
ଅତ୍ୟନ୍ତ ଆନନ୍ଦର ବିଷୟଯେ ଯୁକ୍ତରାଜ୍ୟ ଇଂଲଣ୍ଡର ଲଣ୍ଡନ ସହରରେ ଅବସ୍ଥାପିତ ଶ୍ରୀଜଗନ୍ନାଥ ସୋସାଇଟୀର ସଦସ୍ୟଗଣ ଗତବର୍ଷ ସେଠାକାର ଶ୍ରୀରାମ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀ ସୁଭଦ୍ରାଙ୍କର ଶ୍ରୀବିଗ୍ରହସ୍ଥାପନା କରିଛନ୍ତି ଏବଂ ଅତିଶୀଘ୍ର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣପାଇଁ ବି ସମସ୍ତେ ସଂକଳ୍ପ ବଦ୍ଧ। ଗତନ ଭେମ୍ବର ୫ ତାରିଖଦିନ ସେମାନେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀ ବଳଭଦ୍ର ମହାପ୍ରଭୁ ଓ ଦେବୀ ସୁଭଦ୍ରାଙ୍କର ‘ପ୍ରଥମ ବାର୍ଷିକ ସ୍ଥାପନା ଦିବସ’ ମହାସମାରୋହରେ ପାଳନକରିଅଛନ୍ତି ।
ଉକ୍ତ ପବିତ୍ର ଉତ୍ସବରେ ଭାରତର ପୁଣ୍ୟଭୂମି ଉତ୍କଳପ୍ରଦେଶରେ ଅବସ୍ଥିତ ‘ବ୍ରଜଗୋପିକା ସେବା ମିଶନ’ର ସଂସ୍ଥାପିକା ପୂଜନୀୟା ରାସେଶ୍ବରୀ ଦେବୀଜୀ ବିଶେଷ ଅତିଥି ଭାବରେ ଉପସ୍ଥିତ ହୋଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପୂଜ୍ୟା ଦେବୀଜୀ ବେଦ-ଶାସ୍ତ୍ରର ପରମ ବିଜ୍ଞାତା ବିଶ୍ବର ପଂଚମ ମୌଳିକ ଜଗଦ୍ଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କର ପ୍ରମୁଖ ପ୍ରଚାରିକା। ଏହି ଅବସରରେ ପୂଜ୍ୟା ଦେବୀଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଲୌକିକ ମାହାତ୍ମ୍ୟ ତଥା ଏହି କଳିକାଳରେ ପ୍ରତ୍ୟେକ ବ୍ୟକ୍ତି ରଜୀବନରେ ସଂରକ୍ଷକ ରୂପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅନନ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ।“ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ବର ଏବଂ ସାରା ବିଶ୍ବ ହେଉଛି ତାଙ୍କର। ସିଏ ଗୁରୁ ନାନକ ହୁଅନ୍ତୁ, କବୀର ହୁଅନ୍ତୁ ଅଥବା ଗୁରୁ ରାମ ଦାସ। ଯିଏ ବି ତାଙ୍କ ପାଖକୁ ଆସିଛି, ତାଙ୍କୁ ଥରୁଟିଏ ବି ଦେଖିଛି, ସେ ଏକ ଅବ୍ୟକ୍ତ ଭାବ ପ୍ରବଣତାରେ ବାନ୍ଧି ହୋଇଯାଇଛି ଏବଂ ତାଙ୍କୁ ହିଁ ନିଜର ଉପାସ୍ୟ ରୂପେ ମାନି ନେଇଛି। ସମସ୍ତଙ୍କୁ ଆପଣେଇ ନେଇ ନିଜର କରି ନେବାର ଏକ ବିରଳ ବ୍ୟକ୍ତିତ୍ବ ହେଉଛନ୍ତି ଶ୍ରୀ ଜଗନ୍ନାଥ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ଜାତି, ଧର୍ମ, ବର୍ଣ୍ଣ ତଥା ସବୁ ବିଶ୍ବାସର ସମ୍ମିଳିତ ଅଭିବ୍ୟକ୍ତି” ବୋଲି ପୂଜନୀୟା ଦେବୀଜୀ ନିଜର ବକ୍ତବ୍ୟ ଦେଇଥିଲେ। ପୂଜ୍ୟା ଦେବୀଜୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅଲୌକିକ ମହିମାର ଗୁଣଗାନ କରିବା ପୂର୍ବକ ସୁମଧୁର ସଂକୀର୍ତ୍ତନ ଦ୍ବାରା ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଭକ୍ତିଭାବରେ ନିମଜ୍ଜିତ କରି ଦେଇଥଲେ।
ଉକ୍ତ ଉତ୍ସବରେ ହବନ, ପୂଜନ ତଥା ଶ୍ରୀମଦନମୋହନଙ୍କର ପ୍ରାଣପ୍ରତିଷ୍ଠା ମହୋତ୍ସବ ଉପରାନ୍ତ ଯୁକ୍ତରାଜ୍ୟସ୍ଥ ଶ୍ରୀଜଗନ୍ନାଥ ସୋସାଇଟୀର ଅଧ୍ୟକ୍ଷ ଶ୍ରୀସହଦେବ ସ୍ବାଇଁ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ସ୍ବାଗତ କରିଥିଲେ ଏବଂ ଅତ୍ୟନ୍ତ ଆନନ୍ଦ ପ୍ରକାଶ ପୂର୍ବକ କହିଲେ ଯେ ସୁଦୂର ବିଦେଶ ଭୂମି ଲଣ୍ଡନର ଶ୍ରୀରାମ ମନ୍ଦିର, ସାଉଥ ହଲ ପରିସରରେ ବିଗତ ବର୍ଷଠାରୁ ଶ୍ରୀଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ବୃନ୍ଦଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀ ସୁଭଦ୍ରାଙ୍କର ଉପାସନା କରିବାର ପରମ ସୌଭାଗ୍ୟ ପ୍ରାପ୍ତ ହୋଇଅଛି।
ଶ୍ରୀରାମ ମନ୍ଦିର, ସାଉଥ ହଲର ଅଧ୍ୟକ୍ଷ ଶ୍ରୀଉମେଶ ଶର୍ମା ନିଜର ପ୍ରସନ୍ନତା ବ୍ୟକ୍ତ କରି କହିଲେ ଯେ ସମଗ୍ର ଯୁକ୍ତରାଜ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର-ପ୍ରସାର ପରିପାବନ କାର‌୍ୟ୍ୟରେ ଶ୍ରୀରାମ ମନ୍ଦିର ପୂର୍ଣ୍ଣପ୍ରାଣରେ ସହଯୋଗ କରିବ। ସେ ଆହୁରି ମଧ୍ୟ କହିଲେ ଯେ ବିଶ୍ବରେ ଭୟଙ୍କର କରୋନା ମହାମାରୀର ତାଣ୍ଡବ ଚାଲିଥବା ବେଳେ ଉକ୍ତ ମନ୍ଦିରକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଗମନ ମହାମାରୀର ଦୁଃଖ କଷ୍ଟକୁ ନିବାରଣ କରିବା ସହିତ ମନ୍ଦିରର ରୂପାନ୍ତରଣ କରିଥିଲା ଏବଂ ସହସ୍ରାଧିକ ନୂତନ ଭଗବତ୍‌ ପ୍ରେମୀଙ୍କୁ ଆକର୍ଷିତ କରି ଭକ୍ତି ମାର୍ଗର ପଥିକ ବନାଇ ଦେଇଥିଲା।
ଶ୍ରୀଜଗନ୍ନାଥ ସୋସାଇଟୀର ସଚିବ ଡ. ପ୍ରକାଶ ଦେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନକରିବା ପୂର୍ବକ ସମଗ୍ର ବିଶ୍ବର ଜଗନ୍ନାଥପ୍ରେମୀମାନଙ୍କୁ ଆହ୍ବାନ କରିକହିଲେଯେ ଟ୍ରଷ୍ଟଦ୍ବାରା ନିର୍ମିତ ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ନିର୍ମାଣ କାର‌୍ୟ୍ୟରେ ଉଦାରତାର ସହିତ ସହଯୋଗ କରନ୍ତୁ ଏବଂସମଗ୍ର ଯୁକ୍ତରାଜ୍ୟ ତଥା ୟୁରୋପରେ ଶ୍ରୀଜଗନ୍ନାଥ ସଂସ୍କୃତି ରପ୍ରଚାର-ପ୍ରସାର କାର‌୍ୟ୍ୟରେ ସହଯୋଗକରନ୍ତୁ।ସେ ସମସ୍ତଙ୍କୁ ଯୁକ୍ତରାଜ୍ୟସ୍ଥ ଶ୍ରୀଜଗନ୍ନାଥସୋସାଇଟୀର ୱେବସାଇଟ https://www.shreejagannatha.uk/ ଦେଖିବା ନିମିତ୍ତ ଆମନ୍ତ୍ରିତ କରିଥିଲେ, ଯାହାଦ୍ବାରା ସେମାନେ ଟ୍ରଷ୍ଟର ଅନ୍ୟାନ୍ୟ କାର‌୍ୟ୍ୟକ୍ରମ ବିଷୟରେ ଅବଗତ ହୋଇପାରିବେ ତଥା ଯୋଗଦାନ ମଧ୍ୟ କରିପାରିବେ । ପରିଶେଷରେ ସମସ୍ତ ଭକ୍ତଗଣ ଭୋଗ ଅର୍ପଣକରି ଭକ୍ତିଭାବପୂର୍ଣ୍ଣ ଆରତି କରିଥିଲେ। ମହାପ୍ରସାଦ ସେବନ ସହିତ କାର‌୍ୟ୍ୟକ୍ରମ ସମାପନ ହୋଇଥିଲା।
ଗତ ଅଗଷ୍ଟ ମାସରେ ଯୁକ୍ତରାଜ୍ୟସ୍ଥ ଶ୍ରୀଜଗନ୍ନାଥ ସୋସାଇଟୀର ଟ୍ରଷ୍ଟୀବୃନ୍ଦ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ଋଷି ସୁନକଙ୍କୁ ଭେଟି ଚତୁର୍ଦ୍ଧା ମୂର୍ତ୍ତିଙ୍କର ପଟ୍ଟଚିତ୍ର ଉପହାର ଦେବା ସହିତ ସମ୍ମାନିତ କରିଥିଲେ ତଥା ତାଙ୍କର ସଫଳତା କାମନା କରି ଶୁଭେଚ୍ଛାଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ଋଷି ସୁନକଙ୍କଠାରୁ ସହଯୋଗର ଆଶା ପ୍ରାପ୍ତ କରି ସେମାନଙ୍କ ମନରେ ଲଣ୍ଡନ ସହରରେ ଅତିଶୀଘ୍ର ଏକ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣର ସମ୍ଭାବନା ଦ୍ଵିଗୁଣିତ ହୋଇଅଛି।

 

 

Comments are closed.