ଲଣ୍ଡନ ସହରରେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ

ଇଂଲଣ୍ଡ- ଲଣ୍ଡନସହର ର ସାଉଥ୍ ହଲ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ, ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀ ସୁଭଦ୍ରାଙ୍କର ଶ୍ରୀବିଗ୍ରହ ସ୍ଥାପନା ଦିବସ ଅନୁଷ୍ଠିତ ହେବାକୁ ଯାଉଅଛି। ଆଗାମୀ ନଭେମ୍ବର ୫ ତାରିଖଦିନ   ଶ୍ରୀଜଗନ୍ନାଥମହାପ୍ରଭୁ, ଶ୍ରୀବଳଭଦ୍ରମହାପ୍ରଭୁ ଓ ଦେବୀସୁଭଦ୍ରାଙ୍କର    ବିଗ୍ରହ ସ୍ଥାପନା ଉତ୍ସବରେ ବିଶେଷ ଅତିଥି ଭାବରେ ପୂଜ୍ୟାରାସେଶ୍ବରୀଦେବୀଜୀଙ୍କୁ ଆମନ୍ତ୍ରିତ  କରାଯାଇଛି । ଲଣ୍ଡନରେ ରହୁଥିବା ଓଡିଆ ସମାଜ ଦ୍ବାରା ଗଠିତ ଶ୍ରୀ ଜଗନ୍ନାଥ ସୋସାଇଟୀ ର ସଦସ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମ ର ଆୟୋଜନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଗ୍ରହ ଅର୍ଚ୍ଚନା , ଆରତୀ, ହୋମ ଆଦି ସହିତ ପୂଜ୍ୟା ଦେବୀ ଜୀ “ବିଶ୍ବ ଭାତୃତ୍ଵ ଏବଂ ଜଗନ୍ନାଥ ସଂସ୍କୃତି” ଉପରେ ପ୍ରବଚନ ଦେବା ର କାର୍ଯ୍ୟକ୍ରମ ରହିଛି।

ଦେବୀ ଜୀ, ଆଜି ର ବିଶ୍ବ ପରିସ୍ଥିତି ରେ ଜଗନ୍ନାଥ ସଂସ୍କୃତି ଏବଂ ଏହାର ଉପଯୋଗୀତା ଉପରେ ଆଲୋକପାତ କରିବେ। ସବୁ ଜାତି, ସବୁ ଧର୍ମ ପାଇଁ ଜଗନ୍ନାଥ ସଂସ୍କୃତି ରୁ ବିଶ୍ବ ଭାତୃତ୍ଵର ଶିକ୍ଷା ମିଳି ଥାଏ। ଆଜିର ବିଶ୍ବ ପରିସ୍ଥିତି ଅନୁସାରେ ଏହି ସଂସ୍କୃତି ର ମହତ୍ଵ କେତେ ଅଧିକ, ତା ଉପରେ ବିଶେଷ ଭାବରେ ଆଲୋଚନା କରିବାର ଆବଶ୍ୟକତା ରହିଛି।

ଏଠାରେ ସୂଚନା ଯୋଗ୍ୟ ଯେ ପୂଜ୍ୟା ରାସେଶ୍ଵରୀ ଦେବୀ ଜୀ, ବ୍ରଜ ଗୋପିକା ସେବା ମିଶନ ର ଯୁଗ୍ମ ସଂସ୍ଥାପିକା ଅଟନ୍ତି। ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗୀ ରେ ଅବସ୍ଥିତ ଉକ୍ତ ମିଶନ ୧୯୯୯ ମସିହା ଠାରୁ ଗତ ୨୪ ବର୍ଷ ଧରି ଦେଶ ବିଦେଶ ରେ ସନାତନ ବୈଦିକ ଧର୍ମ ର ପ୍ରଚାର-ପ୍ରସାର କରିବା ସହିତ ରାଜ୍ୟ ସ୍ତର ରେ ବିଭିନ୍ନ ବର୍ଗ ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ କାର‌୍ୟକ୍ରମ କରି ଆସୁ ଅଛି।

ପୂଜ୍ୟା ଦେବୀ ଜୀ ଏହି ବିଗ୍ରହ ସ୍ଥାପନା ଉତ୍ସବ ରେ ସମାପନ କରିବା ପରେ ଇଂଲଣ୍ଡର ବିଭିନ୍ନ ସହର ରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସ୍ଥାନ ରେ ସୋସାଇଟୀ ର ସଦସ୍ୟ ମାନେ ଭବିଷ୍ୟତ ରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାର ସଂକଳ୍ପ ନେଇଛନ୍ତି। ଗତ ଅଗଷ୍ଟ ମାସ ରେ ଇଂଲଣ୍ଡ ର ପ୍ରଧାନମନ୍ତ୍ରୀ ଶ୍ରୀ ଋଷି ସୁନକ ଙ୍କୁ ଭେଟି ଶ୍ରୀ ଜଗନ୍ନାଥ , ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଙ୍କର ପଟ୍ଟଚିତ୍ର ଉପହାର ଦେବା ସହିତ ସମ୍ମାନିତ କରିଥିଲେ। ଏବେ ଶ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବ ପରେ ସେଠାକାର ଓଡିଆ ସମାଜ ମଧ୍ୟରେ ମନ୍ଦିର ସ୍ଥାପନ ର ସମ୍ଭାବନା ଦ୍ଵିଗୁଣିତ ହୋଇ ଅଛି।

Comments are closed.