ଆରମ୍ଭ ହେଲା ଜଗମୋହନ ମରାମତି

ପୁରୀ: ଶନିବାରଠାରୁ ପୁଣିଥରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଜଗମୋହନ ମରାମତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏଥିପାଇଁ ୧୫ଜଣ କୁଶଳୀ କାରିଗରଙ୍କୁ ନିୟୋଜିତ କରାଯାଇଛି। ସେମାନେ ପଥର ଯୋଡେଇ ସ୍ଥାନ ଗୁଡିକୁ ଯାଞ୍ଚ କରିବା ସହ ଫାଟ ଗୁଡିକରେ ସିମେଣ୍ଟ ଦେଇ ମରାମତି କରିବେ। ଏହାଛଡା ଜଗମୋହନ ଉପରଛାତ ଆବଶ୍ୟକୀୟ ମରାମତି କରାଯିବ।

ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପୂର୍ବରୁ ଜଗମୋହନ ମରାମତି କାର୍ଯ୍ୟ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଏବଂ ରତ୍ନସିଂହାସନ ଯାଞ୍ଚ କରାଯିବ। ଜରୁରୀ ମରାମତି ତାଲିକାରେ ନାଟମଣ୍ଡପ ସମେତ ମହାଲକ୍ଷ୍ମୀ ମନ୍ଦିର ଏବଂ ବିମଳା ମନ୍ଦିର ରହିଛି।

Comments are closed.