ଅଧିନାୟକ ପଦ ଛାଡ଼ିଲେ ଧୋନୀ

ଜାଡେଜାଙ୍କୁ ହସ୍ତାନ୍ତର କଲେ ଦାୟିତ୍ବ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ ପୁଣିଥରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ଦିନ ଥିବା​‌ ବେଳେ ଅଧିନାୟକ ପଦ ଛାଡ଼ିଛନ୍ତି ଧୋନୀ। ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ସେ ଆଇପିଏଲର ୧୫ତମ ସଂସ୍କରଣରେ ଖେଳାଳି ଭାବେ ନଜର ଆସିବେ।

ସୂଚନାଯୋଗ୍ୟ, ଏଥର ଆଇପିଏଲ୍ ନିଲାମୀ ପୂର୍ବରୁ ସିଏସକେ ଧୋନୀ-ଜାଡେଜାଙ୍କ ସମେତ ଚାରି ଖେଳାଳିଙ୍କୁ ରଖିଥିଲା। ଜାଡେଜାଙ୍କୁ ସର୍ବାଧିକ ୧୬ କୋଟି ଟଙ୍କାରେ ରଖାଯାଇଥିଲା। କିନ୍ତୁ ଧୋନୀଙ୍କୁ ଏହି ସିଜନରେ କେବଳ ୧୨ କୋଟି ଟଙ୍କାରେ ରଖାଯାଇଥିଲା। ସେବେଠାରୁ ଜାଡେଜାଙ୍କୁ ଅଧିନାୟକ କରାଯାଇପାରେ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା।

Comments are closed.