ପୂଜ୍ୟ ପ୍ରଣାମ : ଜାନକୀବଲ୍ଲଭ ପଟ୍ଟନାୟକ

ଆଜି ଶ୍ରାଦ୍ଧବାର୍ଷିକ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୨୭, ଜାନୁଆରୀ ୩ରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଓ ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିିଥିବା ଜାନକୀ ବଲ୍ଲଭ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ୨୦୦୧ରେ ବଙ୍କିମ ଚନ୍ଦ୍ରଙ୍କ ଉପନ୍ୟାସ ‘ବଙ୍କିମ ଚନ୍ଦ୍ର ଉପନ୍ୟାସ ମାଳା’ର ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ଜାନକୀ ବଲ୍ଲଭ ଓଡ଼ିଶାର ରାଜନୈତିକ ଜଗତରେ ନିଜ ଉତ୍କର୍ଷତା ପ୍ରତିପାଦନ କରିଥିଲେ । ୨୦୧୫ ଏପ୍ରିଲ ୨୧ରେ ସେ ଆନ୍ଧ୍ରପ୍ରଦେଶରେ ପ୍ରାଣ ହରାଇଥିଲେ।

Comments are closed.