ନିରାଶ ହୋଇ ଘରକୁ ଫେରିଲେ ଇତିଶ୍ରୀ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ବାଣୀଭୁଷଣପୁର ପଂଚାୟତ ଅର୍ନ୍ତଗତ ଝାଡ୍ରାଜିଂ ଗ୍ରାମ କାରଗିଲ ସାହିର କ୍ଷୀରୋଦ ନାଏକଙ୍କ ୮ବର୍ଷର ଶିଶୁ କନ୍ୟା ଇତିଶ୍ରୀ  ନାଏକଙ୍କ  ତ୍ରୁଟିପୂର୍ଣ୍ଣ ଅ​‌ସ୍ତ୍ରୋପଚାର ପାଇଁ ଠିଆ ହୋଇ ନପାରି  ଶଯ୍ୟାଶାୟୀ ଅବସ୍ଥାରେ ଖଟରେ ପଡିରହିଛି। ଏଭଳି ଏକ ଶୀର୍ଷକ ଖବର ଗତ ୨୫ ତାରିଖ ସମାଜଲାଇଭ୍.ଇନ୍‌ ରେ ଏବଂ ୨୬ ତାରିଖ ସମାଜ ଖବରକାଗଜରେ ପ୍ରକାଶ ପାଇଥିଲା। ଏହା ପରେ ବୌଦ୍ଧ ସି.ଡି.ଏମ.ଓ ତ୍ରୀଲୋଚନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ କଟକ ବଡ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। କଟକରେ ଜଣେ ସ୍ନାୟୁଅ​‌ସ୍ତ୍ରୋପଚାର ବିଶେଷଜ୍ଞ ଇତିଶ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ମାତ୍ର ଜନ୍ମ ସମୟରେ ଅ​‌ସ୍ତ୍ରୋପଚାର ଯୋଗୁଁ ତାଙ୍କ ମୁଣ୍ଡର କେତୋଟି ସ୍ନାୟୁ କଟିଯାଇଥିବାରୁ ବର୍ତ୍ତମାନ ଆଉ ଅ​‌ସ୍ତ୍ରୋପଚାର କଲେ ସେଭଳି  କୌଣସି ସୁଫଳ ମିଳିବ ନାହିଁ କହିବା ପରେ ଗରିବ ବାପା,ମାଆ ପିଲାକୁ ଧରି ନିରାଶ ହୋଇ ଘରକୁ ଫେରିଥିବା ଜଣାପଡିଛି। ଅନ୍ୟପଟେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ଇତିଶ୍ରୀଙ୍କ ପାଖରେ ପଂହଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

Comments are closed.