ଆଇଟିଆଇ ନିର୍ମାଣ କଲା ସ୍ୱୟଂକ୍ରିୟ ସାନିଟାଇଜ ମେସିନ

କଟକ: କୋଭିଡ଼-୧୯ ଯୁଦ୍ଧରେ ଜନସାଧାରଣଙ୍କର ଆବଶ୍ୟକତା ପୂରଣ ପାଇଁ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ତାହାର ଗବେଷଣା ଜାରି ରଖିଛି। ନିଜସ୍ୱ ଜ୍ଞାନକୌଶଳ ଓ ସମ୍ବଳ ଭିତରେ ବର୍ତ୍ତମାନର ଆବଶ୍ୟକତାଗୁଡ଼ିକୁ ଉପଲବ୍ଧି କରି ଭିନ୍ନଭିନ୍ନ ବ୍ୟାବହାରିକ ଜିନିଷ ତିଆରି କରିବାରେ ବିନିଯୋଗ କରୁଛି।

ଏହି ଅନୁଷ୍ଠାନ ପକ୍ଷରୁ ଏକ ସ୍ୱୟଂକ୍ରିୟ ସାନିଟାଇଜ ମେସିନ ତିଆରି କରାଯାଇଛି। ଏହି ମହାମାରୀ ସମୟରେ ସାଧାରଣ ଜନତାଙ୍କ ବ୍ୟବହାରରେ ବେଶ ଉପଲବ୍ଧ ହୋଇପାରିବ। ଏହି ସାନିଟାଇଜ ମେସିନକୁ ସିଧାସଳଖ ନଛୁଇଁ ମଧ୍ୟ ହାତ ସଫା କରିବା ପାଇଁ ଆଲକହଲଯୁକ୍ତ ପାଣି ସ୍ପ୍ରେ କରିପାରିବ। ଏହାକୁ କୌଣସି ଘର, ଅଫିସ, ମାର୍କେଟ କଂପ୍ଲେକ୍ସ ଇତ୍ୟାଦିରେ ଉପଯୋଗ କରାଯାଇପାରେ। ଏଥିରେ ଜଳ ସଂରକ୍ଷଣ ମଧ୍ୟ କରାଯାଇପାରିବ। ଅଲଟ୍ରାସୋନିକ ସେନ୍ସର ଲାଗିଥିବାରୁ ଏହାକୁ ଛୁଇଁବାର ଆବଶ୍ୟକତା ନାହିଁ। ତିନିସେକେଣ୍ଡ ଭିତରେ ଏହି ମେସିନ୍‍ ୫ରୁ୬ ମି.ଲି. ସାନିଟାଇଜର ସ୍ପ୍ରେ କରି ପାରିବା କ୍ଷମତା ରହିଛି। ଖୁବ୍‍ ଛୋଟ ଆକାର ଓ କମ୍‍ ଦାମର ହୋଇଥିବାରୁ ମଧ୍ୟମ ବର୍ଗଙ୍କର ସାହାଯ୍ୟରେ ଆସିପାରିବ। ଏହାକୁ ସହଜରେ କାନ୍ଥରେ ବା କୌଣସି ଷ୍ଟାଣ୍ଡରେ ଲଗାଯାଇପାରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

Comments are closed.