ଆଇଟେଲର ଶସ୍ତା ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ନୂଆବର୍ଷ ଅବସରରେ ଆଇଟେଲ ଭାରତୀୟ ବଜାରରେ ତାର ସବୁଠାରୁ ଶସ୍ତା ସ୍ମାର୍ଟଫୋନର ବଜାର ପ୍ରବେଶ କରିଛି। ଯାହାର ନାମ ଆଇଟେଲ ଏ-୨୫। ଏହି ଫୋନରେ ଦମଦାର କ୍ୟାମେରା ସହିତ ବ୍ୟାଟେରୀ ଓ ପ୍ରୋସେସର ସାପୋର୍ଟ ମିଳିବ। ଏହି ଫୋନର ଏକ ଜିବି ରାମ ଏବଂ ୧୬ଜିବି ଷ୍ଟୋରେଜର ମୂଲ୍ୟ ୩ହଜାର ୯୯୯ଟଙ୍କା। ଫୋନରେ କମ୍ପାନୀ ପକ୍ଷରୁ ୧୦୦ଦିନର ରିପ୍ଲେସମେଣ୍ଟ ୱାରେଣ୍ଟି ଦିଆଯିବ। ଏହାସହିତ ଏଥିରେ ଫେସ୍ ଅନଲକର ସୁବିଧା ମଧ୍ୟ ରହିଛି।

ଆଇଟେଲ ଏ-୨୫ରେ ଏଚଡି ଆଇପିଏସ୍ ଡ଼ିସପ୍ଲେ ଦିଆଯାଇଛି। ଏହାସହିତ ଫୋନଟି ୯.୦ ପାଇ ଅପରେଟିଙ୍ଗ ସିଷ୍ଟମରେ କାମ କରିଥାଏ। ଫୋନରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ଜିପିଏସ, ବ୍ଲୁଟୁଥ ଓ ୟୁଏସବି ପୋର୍ଟ ଭଳି ଫିଚର ଦିଆଯାଇଛି। ଏହାବ୍ୟତୀତ ଫୋନରେ ୩ହଜାର ୨୦ଏମଏଚ ବ୍ୟାଟେରୀ ରହିଛି।

Comments are closed.