ଇଟାଲୀ ଜାତୀୟ ପତାକା ଅର୍ଦ୍ଧନମିତ

ନୂଆଦିଲ୍ଲୀ : କରୋନା ଭୂତାଣୁ ଏବେ ସ୍ପେନ ଓ ଇଟାଲୀକୁ ଅଧିକ ଗ୍ରାସ କରିଛି। ସ୍ପେନରେ ଗୋଟିଏ ଦିନରେ ୮୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୋଟିଏ ଦିନରେ ୯ ହଜାର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସମସ୍ତ ହସପିଟାଲରେ ରୋଗୀ ଭର୍ତ୍ତି ହୋଇ ରହିଛନ୍ତି ଯେଉଁଥି ପାଇଁ ଚିକିତ୍ସାରେ ବାଧା ଉପୁଜିଛି। ଏବେ ସମଗ୍ର ବିଶ୍ବରେ ପ୍ରାୟ ୮ ଲକ୍ଷ ଲୋକ କରୋନା ସଂକ୍ରମିତ। ମୃତକ ସଂଖ୍ୟା ୩୯ ହଜାରରୁ ଊର୍ଦ୍ଧ୍ବରେ। ଇଟାଲୀ, ଆମେରିକା, ଇରାନ ଓ ଫ୍ରାନ୍ସରେ କରୋନା ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁହାର ସର୍ବାଧିକ। ଇଟାଲୀରେ ଗୋଟିଏ ଦିନରେ ମୃତକଙ୍କ ସଂଖ୍ୟା ପାଖାପାଖି ଏକ ହଜାର ପହଞ୍ଚି ଯାଇଥିଲା। ସୋମବାର ସ୍ପେନ ପାଇଁ ଥିଲା ଅତ୍ୟନ୍ତ ଦୁଃଖଦ ଦିନ ା ଏହିଦିନ ଦେଶରେ ୮୪୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗତ ୨୪ ଘଣ୍ଟା​‌​‌ ମଧ୍ୟରେ ୯ ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଇଟାଲୀରେ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଦେଖିକାକୁ ମିଳିଛି। ମୃତକକଙ୍କ ସଂଖ୍ୟା ଏଠାରେ ଏବେ ପ୍ରାୟ ୧୧ ହଜାର ଓ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷରୁ ଊର୍ଦ୍ଧ୍ବ ା ୬ କୋଟି ଜନସଂଖ୍ୟା ବିଶିଷ୍ଟ ଏହି କ୍ଷୁଦ୍ର ଦେଶ କରୋନା ଯୋଗୁଁ ସ୍ଥିତି ହରାଇବାରେ ବସିଛି। ମୃତକଙ୍କ ସମ୍ମାନ ପାଇଁ ଦେଶର ସରକାର ଜାତୀୟ ପତାକାକୁ ଅର୍ଦ୍ଧନମିତ କରିଥିଲେ। ଆମେରିକାରେ ଗୋଟିଏ ଦିନରେ ୫ଶହ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଦେଢ ଲକ୍ଷ। କେବଳ ସୋମବାର ଦେଶରେ ୫୪୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦେଶରେ ହା-ହାକାର ପରିସ୍ଥିତି ଉପୁଜିଛି। ଦେଶର ଏବେ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରାଯାଉଛି। ଇଟାଲୀ ଓ ଫ୍ରାନ୍ସ ପରେ ସର୍ବାଧିକ ମୃତ୍ୟୁ ଫ୍ରାନ୍ସରେ ହୋଇଛି। କରୋନା ସଂକ୍ରମଣରେ ଏଠାରେ ୩,୦୨୪ ଲୋକଙ୍କ ମୃତ୍ୟୁ ଘଟିଛି। କେବଳ ସୋମବାର ହିଁ ୪୧୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଏବେ ଦେଶର ୫ ହଜାର ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସରକାର କହିଛନ୍ତି। କରୋନା ସଂକ୍ରମିତ ଦେଶଗୁଡ଼ିକର ଶୀର୍ଷରେ ରହିଛି ପଶ୍ଚିମ ଏସୀୟ ଦେଶ ଇରାନ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪୪ ହଜାର ା ସେହିପରି ୨,୮୯୮ ସଙ୍କ୍ରମିତଙ୍କ ମୃତ୍ୟୁ ଘଟିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଇରାନରେ ୧୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Comments are closed.