କଙ୍ଗୋରେ ଇଟାଲୀ ରାଷ୍ଟ୍ରଦୂତଙ୍କୁ ହତ୍ୟା

ରୋମ୍‌: କଙ୍ଗୋରେ ଇଟାଲୀ ରାଷ୍ଟ୍ରଦୂତ ଲୁକା ଅତାନାସିୟୋଙ୍କୁ ହତ୍ୟା କରାଯାଇଛି। ସେ ମିଳିତ ଜାତିସଂଘ ମିଶନର କାରକେଡ୍‌ରେ କଙ୍ଗୋ ଯାତ୍ରା କରୁଥିବାବେଳେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ସେନା ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଇଟାଲୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ରାଷ୍ଟ୍ରଦୂତ ଲୁକା ଅତାନାସିୟୋ ଏବଂ ଜଣେ ସେନା ଅଧିକାରୀଙ୍କୁ ଗୋମାରେ ହତ୍ୟା କରାଯାଇଛି। ସେ କଙ୍ଗୋରେ ମିଳିତ ଜାତିସଂଘ ସ୍ଥିରୀକରଣ ମିଶନର କାରକେଡ୍‌ରେ ଯାତ୍ରା କରୁଥିଲେ।

କଙ୍ଗୋରୁ ମିଳିଥିବା ସୂଚନା ଅନୁସାରେ, ଜାତିସଂଘର ବିଶ୍ଵ ଖାଦ୍ୟ ଶସ୍ୟ କାର୍ଯ୍ୟକ୍ରମର ଟିମ୍‌ ଉପରେ ଗୋମା ନିକଟରେ ଆକ୍ରମଣ ହୋଇଛି। କାର୍‌କେଡ୍‌ ଉପରେ କିଛି ଅଜ୍ଞାତ ବନ୍ଧୁକଧାରୀ ଗୁଳିମାଡ଼ କରିଥିଲେ। ଫଳରେ ଲୁକା ଏବଂ ତାଙ୍କ ଅଙ୍ଗରକ୍ଷୀ ଥିବା ଜଣେ ସେନା ଅଧିକାରୀଙ୍କ ଶରୀରରେ ଗୁଳି ବାଜିଥିଲା। ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

Comments are closed.