ଉତକ୍ଷେପଣ ପାଇଁ ପ୍ରସ୍ତୁତ ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧, ସହଜ ହେବ ଆଣ୍ଡାମାନ-ନିକୋବର ଓ ଲାକ୍ଷାଦ୍ବୀପ ଦ୍ୱୀପପୁଞ୍ଜକୁ ଯୋଗାଯୋଗ

ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଥିବା ସୂଚନା ମିଳିଛି। ଏହା ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ହେବ। ଚଳିତ ମାସ ୧୭ ତାରିଖ ଅପରାହ୍ନ ୩ଟା ୪୧ ମିନିଟରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ଏହାକୁ ଉତକ୍ଷେପଣ କରାଯିବାକୁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ, ଇସ୍ରୋ ଜଣାଇଛି।

ପିଏସଏଲଭିର ୫୨ତମ ମିଶନରେ ଏହି ଉପଗ୍ରହକୁ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯିବ। ପାଣିପାଗ ପରିସ୍ଥିତି ଅନୁଯାୟୀ ଡିସେମ୍ବର ୧୭ରେ ଏହାକୁ ଉତକ୍ଷେପଣ କରିବାକୁ ସ୍ଥିର କରାଯାଇଛି। ଏହି ଯୋଗାଯୋଗ ଉପଗ୍ରହ ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବ ଯେଉଁଥିରେ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ବୀପ ଦ୍ୱୀପପୁଞ୍ଜକୁ ଯୋଗାଯୋଗ ସହଜ ହେବ।

Comments are closed.