ଇସ୍ରୋ ପକ୍ଷରୁ ରିସାଟ୍‌-୨ବିଆର୍‌-୧ର ସଫଳ ଉତ୍‌କ୍ଷେପଣ : ଏଣିକି ଶତ୍ରୁର ଗତିବିଧି ଉପରେ ରହିବ ଭାରତର ଗୁଇନ୍ଦା ଆଖି

ଶ୍ରୀହରିକୋଟା : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ବୁଧବାର ଅପରାହ୍ନ ୩ଟା ୨୫ସମୟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ରିସାଟ୍‌-୨ବିଆର୍‌-୧ର ସଫଳ ଉତ୍‌କ୍ଷେପଣ କରାଯାଇଛି। ପିଏସଏଲଭି-ସି୪୮ ଜରିଆରେ ସଫଳତାର ସହ ଏହାକୁ ଉତକ୍ଷେପଣ କରାଯାଇଛି। ଏହା ସହିତ ଇସ୍ରାଏଲ୍‌, ଇଟାଲୀ ଏବଂ ଜାପାନର ଗୋଟିଏ ଲେଖାଏଁ ଉପଗ୍ରହ ଏବଂ ଆମେରିକାର ୬ଟି ଉପଗ୍ରହ ଉତ୍‌କ୍ଷେପଣ ହୋଇଛି। ଦେଶର ସୁରକ୍ଷାକୁ ସୁଦୃଢ଼ କରିବା ସହ ସୀମା ଉପରେ ଏହା ରାଡ଼ାର ଦ୍ୱାରା କଡ଼ା ନଜର ରଖିବାକୁ ସକ୍ଷମ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Comments are closed.