ନଭେମ୍ବର ୨୦ରୁ ଆଇଏସ୍‌ଏଲ : ହାଇଦ୍ରାବାଦ୍‌ ଏଫ୍‌ସି ବିପକ୍ଷରୁ ଓଡ଼ିଶା ଏଫ୍‌ସିର ଅଭିଯାନ

୧୧ ଦଳ, ୫୫ ମ୍ୟାଚ ସୂଚୀ ଘୋଷିତ

ନୂଆଦିଲ୍ଲୀ : ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ) ସପ୍ତମ ସଂସ୍କରଣ ଆସନ୍ତା ନଭେମ୍ବର ୨୦ରୁ ଗୋଆରେ  ଖେଳାଯିବ।  ଏଥିପାଇଁ ଫୁଟବଲ ସ୍ପୋର୍ଟସ ଡେଭଲପମେଣ୍ଟ ଲିମିଟେଡ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ  ୫୫ଟି ଲିଗ୍‌ ମ୍ୟାଚ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ନଭେମ୍ବର ୨୦ରେ  ବାମ୍ବୋଲିମ୍‌ର ଜିଏମ୍‌ସି ଷ୍ଟାଡ଼ିୟମ​‌ରେ ଆଇ-ଲିଗ୍‌ ଚମ୍ପିଆନ ଏଟିକେ ମୋହନବାଗାନ୍‌ ଓ  କେରଳ ବ୍ଲାଷ୍ଟର୍ସ ଏଫସି  ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ  ୧୧ଟି ଦଳ ଏଟିକେ ମୋହନବାଗାନ୍‌,  ବେଙ୍ଗାଲୁରୁ ଏଫ୍‌ସି, ଏଫ୍‌ସି ଗୋଆ,  ହାଇଦରାବାଦ୍‌ ଏଫ୍‌ସି,  କେରଳ ବ୍ଲାଷ୍ଟର୍ସ ଏଫ୍‌ସି,  ଜାମସେଦପୁର ଏଫ୍‌ସି,  ମୁମ୍ବଇ ସିଟି ଏଫ୍‌ସି, ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି, ଚେନ୍ନଇୟିନ୍‌ ଏଫ୍‌ସି,  ଓଡ଼ିଶା ଏଫ୍‌ସି ଓ  ଏସସି ଇଷ୍ଟବେଙ୍ଗଲ ଦଳ ଅଂଶଗ୍ରହଣ କରିଛନ୍ତି।

ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ୧୧୦ଟି  ମ୍ୟାଚ ଖେଳାଯିବ। ଏଥିପାଇଁ ୧୧ ରାଉଣ୍ଡ ମ୍ୟାଚ କାର୍ଯ୍ୟସୂଚୀ ୨୦୨୧ ଜାନୁଆରୀ ୧୧ ପର୍ଯ୍ୟନ୍ତ ମୋଟ ୫୫ଟି ମ୍ୟାଚର କାର୍ଯ୍ୟସୂଚୀ ଘୋଷିତ ହୋଇଛି।  ପ୍ରତ୍ୟେକ ଦଳ  ଲିଗ୍‌ ପର୍ଯ୍ୟାୟରେ ୨୦ଟି ଲେଖାଏଁ ମ୍ୟାଚ ଖେଳିବେ। ରବିବାର ଦୁଇଟି ମ୍ୟାଚ ଖେଳାଯିବ।  ମ୍ୟାଚ ରାତି ୭ଟା ୩୦ରୁ ଆରମ୍ଭ ହେବ। ଦୁଇଟି ମ୍ୟାଚ ରହିଥିବା ଦିନ ପ୍ରଥମ ମ୍ୟାଚ ଅପରାହ୍ଣ ୫ଟା ଓ ଦ୍ବିତୀୟ ମ୍ୟାଚ ରାତି ୭ଟାରୁ ଖେଳାଯିବ। ମ୍ୟାଚ ବିନା ଦର୍ଶକରେ  ଜୈବ ନିରାପତ୍ତା ବଳୟ ମଧ୍ୟରେ ଖେଳାଯିବ। ମ୍ୟାଚ ଗୁଡ଼ିକ ୩ଟି ଭେନ୍ୟୁ ଜିଏମ୍‌ସି ଷ୍ଟାଡ଼ିୟମ ବାମ୍ବୋଲିମ୍‌, ତିଲକ ମଇଦାନ ଭାସ୍କୋ ଓ ଜବାହରଲାଲ ନେହରୁ ଷ୍ଟାଡ଼ିୟମ ଫାଟ୍ରୋଡାରେ ଖେଳାଯିବ। ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି  ନଭେମ୍ବର ୨୩ରେ  ଘରୋଇ ଗ୍ରାଉଣ୍ଡ  ଜିଏମ୍‌ସି ବାମ୍ବୋଲିମରେ ହାଇଦରାବାଦ୍‌ ଏଫ୍‌ସି ସହ ଖେଳି ଅଭିଯାନ ଆରମ୍ଭ କରିବ।

ଓଡ଼ିଶା ଏଫ୍‌ସି ଖେଳସୂଚୀ

ନଭେମ୍ବର ୨୩   ଓଡ଼ିଶା ଏଫ୍‌ସି-ହାଇଦରାବାଦ୍‌ ଏଫ୍‌ସି    (ବାମ୍ବୋଲିମ)

ନଭେମ୍ବର ୨୯   ଓଡ଼ିଶା ଏଫ୍‌ସି-ଜାମସେଦପୁର ଏଫ୍‌ସି   (ତିଲମ ମଇଦାନ୍‌)

ଡିସେମ୍ବର ୩    ଓଡ଼ିଶା ଏଫ୍‌ସି-ଏଟିକେ ମୋହନବାଗାନ (ଫାଟ୍ରୋଡା)

ଡିସେମ୍ବର ୬    ଓଡ଼ିଶା ଏଫ୍‌ସି-ମୁମ୍ବଇ ସିଟି ଏଫ୍‌ସି       (ବାମ୍ବୋଲିମ୍‌)

ଡିସେମ୍ବର ୧୨    ଓଡ଼ିଶା ଏଫ୍‌ସି-ଏଫ୍‌ସି ଗୋଆ           (ବାମ୍ବୋଲିମ୍‌)

ଡିସେମ୍ବର ୧୭   ଓଡ଼ିଶା ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି       (ବାମ୍ବୋଲିମ୍‌)

ଡିସେମ୍ବର ୨୨    ଓଡ଼ିଶା ଏଫ୍‌ସି -ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି (ବାମ୍ବୋଲିମ୍‌)

ଜାନୁଆରୀ ୩    ଓଡ଼ିଶା ଏଫ୍‌ସି-ଏସ୍‌ସି ଇଷ୍ଟବେଙ୍ଗଲ      (ତିଲକ ମଇଦାନ)

ଜାନୁଆରୀ ୭   ଓଡ଼ିଶା ଏଫ୍‌ସି-କେରଳ ବ୍ଲାଷ୍ଟର୍ସ ଏଫ୍‌ସି  (ବାମ୍ବୋଲିମ୍‌)

ଜାନୁଆରୀ  ୧୦         ଓଡ଼ିଶା ଏଫ୍‌ସି-ଚେନ୍ନୟିନ୍‌ ଏଫ୍‌ସି    (ବାମ୍ବୋଲିମ୍‌)

Comments are closed.