ଲଜପତ ରାୟ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ଅତୁଲ୍ୟମ୍‌’

‘ଆତ୍ମବିଶ୍ବାସ ରହିଲେ ସଫଳତା ନିଶ୍ଚିତ ମିଳିବ’

କଟକ : ଛାତ୍ରଛାତ୍ରୀଙ୍କଠାରେ ଅନେକ ଲୁକ୍‌କାୟିତ ପ୍ରତିଭା ରହିଛି। ସୁଯୋଗ ମିଳିଲେ ପ୍ରତିଭାର ସ୍ଫୁରଣ ହୋଇଥାଏ। ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପାରଦର୍ଶିତା ପ୍ରଦର୍ଶନ କରିବା ଉଚିତ। ବିଦ୍ୟାର୍ଥୀମାନେ ଆତ୍ମବିଶ୍ବାସ ରଖି କାର୍ଯ୍ୟ କଲେ ସଫଳତା ନିଶ୍ଚିତ ପାଇ​‌ବେ ବୋଲି ଗଣ୍ଡରପୁରସ୍ଥିତ ଲଜପତ ରାୟ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ଅତୁଲ୍ୟମ୍’ ରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଜବାହରଲାଲ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଉତ୍ସବକୁ ସ୍କୁଲର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ ‘ଅତୁଲ୍ୟମ’କୁ ଉଦ୍‌ଘାଟନ କରି କହିଲେ, ଲଜପତ ରାୟ ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଯେତିକି ଆଗୁଆ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ସୁନାମ ଅର୍ଜ୍ଜନ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବା ପାଇଁ ଶ୍ରୀ ମାଲବ୍ୟ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଡିଏଭି ପବ୍ଲିକ ସ୍କୁଲ ଓଡ଼ିଶା ଜୋନ୍-୧ର ଆଞ୍ଚଳିକ ଅଧିକାରୀ ଡକ୍ଟର କେଶବ ଚନ୍ଦ୍ର ଶତପଥୀ ଛାତ୍ରଛାତ୍ରୀଙ୍କଠାରେ ସୃଜନଶୀଳତାର ବିକାଶ ପାଇଁ ପିତାମାତା ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଯତ୍ନବାନ୍ ହେବା ଉଚିତ ବୋଲି କହିଥିଲେ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ଭୁବନେଶ୍ବରସ୍ଥିତ ଡିଏଭି ପବ୍ଲିକ ସ୍କୁଲଗୁଡ଼ିକର ଅଧ୍ୟକ୍ଷ ମଦନମୋହନ ପଣ୍ଡା ଓ ଶରତଚନ୍ଦ୍ର ମିଶ୍ର, ପୋଖରୀପୁଟ ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ତଥା ଆଞ୍ଚଳିକ ଉପଅଧିକାରୀ ଡକ୍ଟର ସୁଜାତା ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷା ଭାଗ୍ୟବତୀ ନାୟକ ଏବଂ ନମିତା ମହାନ୍ତି, ମୌସୁମୀ ଦାସଙ୍କ ସମେତ ଡିଏଭି ପବ୍ଲିକ ସ୍କୁଲ ଜୋନ-୧ ଅନ୍ତର୍ଗତ ବିଭିନ୍ନ ସ୍କୁଲର ଅଧ୍ୟକ୍ଷାମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ନମିତା ମାଲବ୍ୟ, ପ୍ରତିଭା ମିଶ୍ର, ବସନ୍ତମଞ୍ଜରୀ ଶତପଥୀ, ବିପିନ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ଜାତୀୟ, ରାଜ୍ୟ ଓ ଜିଲାସ୍ତରୀୟ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍କୁଲର ବାର୍ଷିକ ମୁଖପତ୍ର ‘କେଶରୀ’ ଓ ସ୍କୁଲର କୃତୀକୁ ନେଇ ପ୍ରଥମ ଥର ପାଇଁ ପ୍ରସ୍ତୁତ କରାଯାଇଥିବା ‘ଡାଇନାମୋ’ ପତ୍ରିକା ଉନ୍ମୋଚିତ ହୋଇଥିଲା।
ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ସ୍ବାଇଁ ବିବରଣୀ ପାଠ କରିଥିଲେ। ମହେନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥି​‌େ​‌ଲ। ଅମିୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅଜୟ କୁମାର ମହାରଣା, ପଲକ କକ୍କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀମାନେ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.