କରୋନା ଭୂତାଣୁ ସଂକ୍ରମଣକୁ ସ୍ବାସ୍ଥ୍ୟ ବୀମା ପଲିସି ଅଧିନକୁ ଆଣିବାକୁ ଆଇଆରଡିଏର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ବୀମା ନିୟନ୍ତ୍ରଣ ଓ ଉନ୍ନୟନ ପ୍ରାଧିକରଣ (ଆଇଆରଡିଏ) ସମସ୍ତ ବୀମା କମ୍ପାନୀକୁ ସେମାନଙ୍କ ବୀମାଧାରୀ କରୋନା ସଂକ୍ରମିତ ରୋଗୀଙ୍କୁ ସୁରୁଖୁରୁରେ ଓ ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ ବୀମା ରାଶି ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୀମାଧାରୀ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ସମସ୍ତ ଦାବି ଅର୍ଥ ପ୍ରଦାନ କରିବାକୁ କୁହାଯାଇଛି। ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରି କର୍ତ୍ତୃପକ୍ଷ ବୀମା କମ୍ପାନୀମାନଙ୍କୁ କରୋନା ରୋଗ ଚିକିତ୍ସା ପାଇଁ ଖର୍ଚ୍ଚ ଓ ନୀତି ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ସ୍ବାସ୍ଥ୍ୟ ବୀମା ପଲିସି ଅଧିନକୁ ଆଣିବାକୁ ଆଇଆରଡିଏ ପକ୍ଷରୁ କୁହାଯାଇଛି। ରୋଗୀମାନଙ୍କୁ ଅଲଗା ରଖିବା ସମୟ ସହିତ ଚିକିତ୍ସା ଜନିତ ଖର୍ଚ୍ଚ ଆଦି ବିଷୟକୁ ବିଚାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।