ବୁକିଂ ଭିଡ଼: ଆଇଆରସିଟିସି ୱେବସାଇଟ୍ କ୍ରାସ୍, ୬ଟା ସୁଦ୍ଧା ହେବ ମରାମତି

ନୂଆଦିଲ୍ଲୀ: ଆସନ୍ତାକାଲି ରେଳ ଚଳାଚଳ ନିମନ୍ତେ ଆଜିଠାରୁ ଆରମ୍ଭ ହୋଇଛି ରେଳ ଟିକେଟ ବୁକିଂ । ବୁକିଂ ନିମନ୍ତେ ଆଇଆରସିଟିସି ୱେବସାଇଟକୁ ଏକ ସମୟରେ ବହୁ ବ୍ୟକ୍ତି ଲଗ୍ ଇନ୍ କରିବାରୁ ଏହା କ୍ରାସ ହୋଇଛି ।

ଏ ସମ୍ପର୍କରେ ରେଳବାଇ ଦୁଃଖପ୍ରକାଶ କରିଛି । ଡ଼ାଟା ଅପଲୋଡ଼ କରିବା ଓ ଅନ୍ୟାନ୍ୟ ବୈଷୟିକ କାରଣ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି । ଖୁବ୍ ଶୀଘ୍ର ଏହାକୁ ମରାମତି କରାଯିବ ବୋଲି ରେଳବାଇ ପକ୍ଷରୁ ଟ୍ବିଟ୍ କରାଯାଇଛି । ଆସନ୍ତାକାଲିଠାରୁ ଦିଲ୍ଲୀରୁ ଦେଶର ବିଭିନ୍ନ ସ୍ଥାନ ଅଭିମୁଖେ ୧୫ଟି ଟ୍ରେନ୍ ଚଳାଚଳ କରିବ । ସେହିପରି ଅନ୍ୟ ପଟରୁ ମଧ୍ୟ ଏହାର ଯୋଡ଼ା ଟ୍ରେନ୍ ଯାତ୍ରା ପରବର୍ତୀ ଦିନଠାରୁ ଆରମ୍ଭ କରିବ । ଓଡ଼ିଶାର ଭୁବନେଶ୍ବରକୁ ଦିଲ୍ଲୀରୁ ଗୋଟିଏ ଟ୍ରେନ୍ ଆସିବ । ଓଡ଼ିଶାର କଟକ, ଭଦ୍ରକ ଓ ବାଲେଶ୍ବରରେ ଏହି ଟ୍ରେନ୍ ଅଟକିବ ବୋଲି ସୂଚନା ମିଳିଛି ।

Comments are closed.