ଅକ୍ଟୋବର ୧୭ରୁ ଗଡିବ ଘରୋଇ ତେଜସ୍ ଏକ୍ସପ୍ରେସ

ଭାରତୀୟ ରେଲ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍-ଆଇଆରସିଟିସି ଅକ୍ଟୋବର ୧୭ରୁ ଲକ୍ଷ୍ନୌ-ନୂଆଦିଲ୍ଲୀ ଏବଂ ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଘରୋଇ ତେଜସ୍ ଏକ୍ସପ୍ରେସ ସେବା ଆରମ୍ଭ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ନିରାପଦ ଦୂରତା ନିୟମ ଅନୁସରଣ କରି ଦୁଇଟି ସିଟ୍ ମଧ୍ୟରେ ଗୋଟିଏ ସିଟ୍ ଖାଲି ରହିବ। ଆଇଆରସିଟିସି କହିଛି ଯେ କୋଭିଡ -୧୯ ମହାମାରୀ ହେତୁ ଏହି ଦୁଇଟି ତେଜସ୍ ଟ୍ରେନର ଚଳାଚଳ ମାର୍ଚ୍ଚ ୧୯ରୁ ସ୍ଥଗିତ ରଖାଯାଇଛି। ମହାମାରୀ ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛି ବୋଲି ଆଇଆରସିଟିସି କହିଛି।

ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କୋଭିଡ -୧୯ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଥରେ ନିଜ ଆସନ ଗ୍ରହଣ ପରେ ଯାତ୍ରୀମାନଙ୍କୁ ତାହା ବଦଳାଇବାକୁ ଅନୁମତି ଦିଆଯିବ ନାହିଁ। ଯାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଫେସ୍ ମାସ୍କ ନିଶ୍ଚିତ ଆବଶ୍ୟକ ବୋଲି ଆଇଆରସିଟିସି କହିଛି।

ଏଥିରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଆଇଆରସିଟିସି କହିଛି ଯେ ସମସ୍ତ ଯାତ୍ରୀଙ୍କୁ କୋଭିଡ -୧୯ ସୁରକ୍ଷା କିଟ୍ ଯୋଗାଇ ଦିଆଯିବ ଯେଉଁଥିରେ ସାନିଟାଇଜର ବୋତଲ, ମାସ୍କ, ଫେସ୍ ଶିଲ୍ଡ ଏବଂ ଏକ ଗ୍ଲୋଭସ୍ ରହିବ। ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ପରୀକ୍ଷା କରାଯିବ ଏବଂ କୋଚରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ହାତ ପରିଷ୍କାର କରାଯିବ।

Comments are closed.