ସୋଲେମାନୀଙ୍କ ପାଇଁ ଇରାକରେ ତିନିଦିନିଆ ରାଷ୍ଟ୍ରୀୟ ଶୋକ

ବାଗଦାଦ : ଆମେରିକାର ବିମାନ ଆକ୍ରମଣରେ ନିହତ ଇରାନ୍‍ର ସାମରିକ କମାଣ୍ଡର କାସିମ୍‍ ସୋଲେମାନୀଙ୍କ ପାଇଁ ଇରାକ୍‍ ରାଷ୍ଟ୍ରପତି ଆଦିଲ୍‍ ଅବଦୁଲ୍‍ ମେହେଦି ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ଆକ୍ରମଣରେ ଇରାକରେ କାର୍ଯ୍ୟ କରୁଥିବା କାସିମ୍‍ଙ୍କ ଘନିଷ୍ଠ ସହଯୋଗୀ ତଥା ମିଲିସିଆ ନେତା ଆବୁ ମେହେଦି ଅଲ୍‍ ମୋହାଣ୍ଡେଜ୍‍ ମଧ୍ୟ ନିହତ ହୋଇଥିଲେ।
ଆକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିମାନଙ୍କୁ ଇରାକ୍‍ ସରକାର ଶହୀଦ୍‍ ବୋଲି ଘୋଷଣା କରିବା ସହ ସେମାନଙ୍କ ସମ୍ମାନାର୍ଥେ ଏହି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଇରାନ୍‍ ଓ ଆମେରିକା ମଧ୍ୟରେ ସମ୍ପର୍କ ବିବାଦର ଚରମ ସୀମାରେ ପହଞ୍ଚିବା ସହ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଇରାନ୍‍ର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ୍‍ ଜରିଫ୍‍ ଟ୍ୱିଟ୍‍ ଯୋଗେ ଜଣାଇଛନ୍ତି, ଏବେ ପଶ୍ଚିମ ଏସିଆରେ ଆମେରିକାର ଅପସାରଣ ଯୁଗ ଆରମ୍ଭ ହୋଇଛି ।

Comments are closed.