ଆମେରିକାର ଏୟାରବେସ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ,୮୦ ମୃତ!

ବାଗଦାଦ: ଇରାନ-ଆମେରିକା ମଧ୍ୟରେ ଜାରି ରହିଥିବା ତିକ୍ତତା ଅଧିକ ଘନିଭୂତ ହେବାରେ ଲାଗିଛି । ପ୍ରତିଶୋଧ ପରାୟଣ ହୋଇ ଇରାକରେ ଥିବା ଆମେରିକାର ଏୟାରବେସ ଉପରେ ଏକ ଡର୍ଜନରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଛି ଇରାନ। ଆମେରିକାର ଏୟାରବେସ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ୮୦ଜଣଙ୍କ ମୃତ୍ୟୁ ଘଟିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆମେରିକା ଆକ୍ରମଣର କଡ଼ା ଜବାଦ ଦେଇ ଇରାନ ପ୍ରତିଆକ୍ରମଣ କରିଛି। ଇରାକରେ ଥିବା ଆମେରିକାର ୨ଟି ବାୟୁସେନା ଘାଟି ଉପରେ ଇରାନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ୧୨ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଇରାକରେ ଥିବା ଅଲ-ଅସଦ ଏୟାରବେସରେ ଏହି ଆକ୍ରମଣ ହୋଇଛି। ପେଣ୍ଟାଗନ ପକ୍ଷରୁ ଦିଆଯାଇଥିବା ସୂଚନା  ଅନୁସାରେ ତାର ଏୟାରବେସ ଉପରେ ପ୍ରାୟ ୧୨ରୁ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି । ଇରାକରେ ଥିବା ଅଲ-ଅସଦ  ଏୟାରବେସରେ ଆମେରିକା ସେନା ସହିତ ଅନ୍ୟ ସମର୍ଥକ ସେନା ମୁତୟନ ରହିଥିଲେ।

ଆମେରିକାର ଏୟାରବେସ ଉପରେ ଇରାନର ମିସାଇଲ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୈନ୍ୟ ଅଧିକାରୀମାନଙ୍କଠାରୁ ଆକ୍ରମଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି କହିଛନ୍ତି, “ଅଲ ଇଜ୍‌ ୱେଲ!ଇରାକରେ ଥିବା ଦୁଇଟି ଏୟାର ବେସ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଏବେ କ୍ଷେପଣାସ୍ତ୍ର ମାଡ଼ରେ କ୍ଷୟକ୍ଷତି ଓ ମୃତାହତଙ୍କ ସଂଖ୍ୟା ଆକଳନ କରାଯାଉଛି। ସୋ ଫାର ସୋ ଗୁଡ୍‌। ଆମ ପାଖରେ ସବୁଠାରୁ ଶକ୍ତିଶାଳୀ ଓ ଦକ୍ଷତା ସମ୍ପନ୍ନ ସେନା ବାହିନୀ ରହିଛି। ବର୍ତ୍ତମାନ ସୁଦ୍ଧା ଆମ ଦେଶ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ। ଆସନ୍ତାକାଲି ଆଉ ଏକ ବିବୃତି ଜାରି କରିବ।”

ତେବେ ଟ୍ରମ୍ପଙ୍କ ଏଭଳି ଶାନ୍ତ ମନ୍ତବ୍ୟ ଆମେରିକାର କିଛି ବଡ଼ ପଦକ୍ଷେପର ପୂର୍ବାଭାଷ ବୋଲି ବୁଝାପଡ଼ୁଛି। ଟ୍ରମ୍ପଙ୍କ ଆଉ ଏକ ମନ୍ତବ୍ୟ ମଧ୍ୟ ବେଶ୍‌ ଚିନ୍ତାଜନକ ରହିଛି। ଆସନ୍ତା କାଲି ସକାଳେ ବଡ଼ ନିଷ୍ପତ୍ତି ନେବୁ ବୋଲି ଟ୍ରମ୍ପ କହିବା ପରେ ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆମେରିକା ଇରାନକୁ ଦୃଢ଼ ଜବାବ ଦେବା ଲାଗି ବଡ଼ ପଦକ୍ଷେପ ନେବା ଆଶଙ୍କା ଉପୁଜିଛି।

ଅନ୍ୟପଟେ ଇରାନର ଆକ୍ରମଣ ପରେ ଇସ୍ରାଏଲ ଏବଂ ସାଉଦି ଆରବ ସତର୍କ ରହିଛନ୍ତି। ଇରାନ ଇସ୍ରାଏଲର ହାଇଫା ସହର ଏବଂ ସାଉଦି ଆରବ ଉପରେ ବି  ଆକ୍ରମଣ କରିବାକୁ ଚେତାବନୀ ଦେଇଛି। ଏହା ପରେ ଦୁଇ ଦେଶର ସେନା ହାଇଆଲର୍ଟରେ ରହିଛନ୍ତି। ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସେନା ବୈଠକ ଡକାଇଛନ୍ତି।

Comments are closed.