ଇସଲାମିକ ନୀତିର ଉଲ୍ଲଙ୍ଘନ ପାଇଁ ୫୪୭ ରେଷ୍ଟୁରାଣ୍ଟ ବନ୍ଦ କଲା ଇରାନ

ତେହରାନ : ଇସଲାମିକ ନୀତିର ଉଲ୍ଲଙ୍ଘନ ପାଇଁ ଇରାନ ପୁଲିସ୍‍ ତେହରାନର ୫୪୭ଟି ରେଷ୍ଟୁରାଣ୍ଟ ଏବଂ କାଫେକୁ ବନ୍ଦ କରିଦେଇଛି।
ଇରାନ ପୁଲିସ୍‍ର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି ଯେ ଇସାଲିମକ ନୀତିର ପାଳନ କରିବାକୁ ରେଷ୍ଟୁରାଣ୍ଟ ଓ କାଫେଗୁଡ଼ିକୁ କୁହାଯାଇଥିଲା। ହେଲେ କେତେକ ରେଷ୍ଟୁରାଣ୍ଟ ଓ କାଫେ ଏହି ନୀତିର ପାଳନ କରୁନଥିଲେ। ଫଳରେ ଚଢଉ ସମୟରେ ଇସଲାମିକ ନୀତିର ଉଲ୍ଳଙ୍ଘନ କରିଥିବା ୫୪୭ଟି ରେଷ୍ଟୁରାଣ୍ଟ ଏବଂ କାଫେକୁ ବନ୍ଦ କରାଯାଇଛି ଓ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗତ ୧୦ ଦିନ ଧରି ଏହି ଚଢଉ ଅଭିଯାନ ଜାରି ରହିଥିଲା। ସାଇବରସ୍ପେସରେ ଅଣପାରମ୍ପରିକ ବିଜ୍ଞାପନ, ବେଆଇନ ଭାବେ ବେଶ୍ୟାଳୟ ଚଲାଇବା ଓ ମ୍ୟୁଜିକ ବଜାଇବା ଆଦି ଅଭିଯୋଗରେ ଏହି ରେଷ୍ଟୁରାଣ୍ଟ ଏବଂ କାଫେଗୁଡ଼ିକୁ ବନ୍ଦ କରାଯାଇଥିବା ସୂଚନା ଦିଆଯାଇଛି।

Comments are closed.