ଗ୍ରୀନ କରିଡରରେ ଗଲେ ଆଇପିଏସ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର : ଗ୍ରୀନ କରିଡରରେ ଗଲେ ଆଇପିଏସ ଦେବାଶିଷ ପାଣିଗ୍ରାହୀ। ଏବେ ସେ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରୁ ବାହାରିଛନ୍ତି। କୋଭିଡ୍ ସଂକ୍ରମଣ ଯୋଗୁଁ ତାଙ୍କ ଫୁସ୍ ଫୁସ୍ ବହୁ ମାତ୍ରାରେ ନଷ୍ଟ ହୋଇଥିବା ଯୋଗୁ ତାଙ୍କୁ ଏବେ କଲିକତାର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।
ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ଆମେ ଆଶାବାଦୀ ଅଛୁ ସେ ଶୀଘ୍ର ସୁସ୍ଥ ହୋଇଫେରିବେ।
ସେଭଳି ଡ଼ାକ୍ତର ମାନସ କହିଛନ୍ତି , କ୍ଲିନୀକାଲ ରିପୋର୍ଟ ଅନୁଯାୟୀ ତାଙ୍କ ଫୁସ୍ ଫୁସ୍ ନଷ୍ଟ ହୋଇଛି। ସେ ମଧୁମେହ ଓବେସିଟି ଉଚ୍ଚ ରକ୍ତଚାପରେ ପୀଡିତ ଥିବାରୁ ସ୍ବାସ୍ଥ୍ୟବସ୍ଥା ବେଶି ଗୁରୁତର ହୋଇପଡ଼ିଛି।

Comments are closed.