ଆଇପିଏଲ କ୍ରିକେଟ୍-୨୦୧୯ : ଆଜି କୋଲକାତା ବନାମ ଦିଲ୍ଲୀ

ଜୟପୁର : ଆଇପିଏଲ-୨୦୧୯ର ଆଜି(ଶୁକ୍ରବାର) ମ୍ୟାଚରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡରସ୍ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ୨୬ତମ ମୁକାବିଲା ଅନୁଷ୍ଠିତ ହେବ । ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।

ଏପର୍ଯ୍ୟନ୍ତ କୋଲକାତା ନାଇଟ ରାଇଡରସ୍ ୬ଟି ମ୍ୟାଚ ଖେଳିଥିଲାବଳେ ସେଥିରୁ ୪ଟିରେ ବିଜୟ ଲାଭ କରିଛି। ଏଥିସହିତ ଦଳ ପଏଣ୍ଟସ୍ ଟେବୁଲର ୮ପଏଣ୍ଟସ୍ ସହ ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲସ୍ ସମୁଦାୟ ୬ଟି ମ୍ୟାଚ ଖେଳି ସେଥିରୁ ତିନୋଟି ମ୍ୟାଚରେ ବିଜୟୀ ହୋଇ ୬ ପଏଣ୍ଟସ୍ ସହ ୬ଷ୍ଠ ସ୍ଥାନରେ ରହିଛି।

Comments are closed.