ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି

ଦୁବାଇ: ଆଇପିଏଲର ୪୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଉଭୟ ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ବ ପୂର୍ଣ୍ଣ ମ୍ୟାଚ ରହିଛି। ପ୍ଲେ ଅଫରେ ଜାଗା ବାନାଇବା ପାଇଁ ଦିଲ୍ଲୀକୁ ଆଉ ୨ ଅଙ୍କ ଦରକାରଥିବା ବେଳେ ପ୍ଲେ-ଅଫ ଦୌଡ଼ରେ ରହିବାକୁ ହେଲେ ହାଇଦ୍ରାବାଦକୁ ଆଜିର ମ୍ୟାଚ୍‌ ଯେମିତି ହେଲେ ଜିତିବାକୁ ପଡ଼ିବ।

ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ହାଇଦ୍ରାବାଦ ୩ଟି ପରିବର୍ତ୍ତନ କରିଛି। ଜନ୍ନି ବେୟାରଷ୍ଟୋ ବଦଳରେ କେନ ୱିଲିୟମସନଙ୍କୁ ସୁଯୋଗ ମିଳିଥିବା ବେଳେ ପ୍ରିୟମ ଗର୍ଗ ଓ ଖଲୀଲ ଅହମ୍ମଦଙ୍କୁ ବାଦ ଦିଆଯାଇଛି। ସେମାନଙ୍କ ବଦଳରେ ରିଦ୍ଧିମାନ ସାହା ଓ ଶାହାବାଜ ନଦୀମକୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

Comments are closed.