ଆଇପିଏଲ୍‌ରେ ଖେଳିବାକୁ ରବିବାର ୟୁଏଇରେ ପହଞ୍ଚିବେ ଷ୍ଟୋକ୍‌ସ

ଦୁବାଇ : ବିଶ୍ବର ଶ୍ରେଷ୍ଠ ଅଲରାଉଣ୍ଡର ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବାକୁ ରବିବାର ୟୁଏଇରେ ପହଞ୍ଚିବେ। ୟୁଏଇରେ ପହଞ୍ଚିବା ପରେ ନିୟମାନୁଯାୟୀ ସେ ୬ ଦିନିଆ ସଙ୍ଗରୋଧରେ ରହିବେ। ସଙ୍ଗରୋଧ ସମୟ ଶେଷ ହେବା ପରେ ଷ୍ଟୋକ୍‌ସ ରାଜସ୍ଥାନ ରୟାଲ୍‌ସ ଦଳ ସହ ଯୋଗ ଦେବେ। ସୂଚନାଥାଉକି ଷ୍ଟୋକ୍‌ସଙ୍କ ବାପା ଅସୁସ୍ଥ ଥିବାରୁ ଷ୍ଟୋକ୍‌ସ ନ୍ୟୁଜିଲାଣ୍ଡ ଯାଇ ନିଜ ପରିବାର ସହ ରହିଥିବାରୁ ଆଇପିଏଲ୍‌ର ପ୍ରାରମ୍ଭିକ କେତେକ ମ୍ୟାଚ୍‌ ରାଜସ୍ଥାନ ରୟାଲ୍‌ସ ତରଫରୁ ଖେଳି ପାରିନଥିଲେ। ବାପାଙ୍କ ଅସୁସ୍ଥତା ଯୋଗୁଁ ଷ୍ଟୋକ୍‌ସ ପାକିସ୍ତାନ ବିପକ୍ଷ ସିରିଜ୍‌ ଅଧାରୁ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ଚାଲି ଯାଇଥିଲେ।

Comments are closed.