ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ ରୟାଲ୍‌ସ

ଶନିବାରର ପ୍ରଥମ ମ୍ୟାଚ୍

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ୍ ରହିଛି। ଆଜିର ପ୍ରଥମ ମ୍ୟାଚରେ ଦୁବାଇରେ ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍‌ସ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ୧୭୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍‌ସ ୮ଟି ମ୍ୟାଚରୁ ୩ଟି ବିଜୟ ଓ ୫ଟି ପରାଜୟ ସହ ୬ ପଏଣ୍ଟ ହାସଲ କରିଛି। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହ ୧୦ ପଏଣ୍ଟ ହାସଲ କରିଛି।

Comments are closed.