ଭାରତକୁ ଫେରିଲା ଆଇପିଏଲ୍‌; ଏପ୍ରିଲ ୯ରୁ ମେ’ ୩୦ ମୁକାବିଲା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ସଂକ୍ରମଣ ହ୍ରାସ ପାଇନଥିବା ସତ୍ତ୍ବେ ବିଶ୍ବର ସବୁଠାରୁ ଧନଶାଳୀ ପେସାଦାର ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଭାରତକୁ ଫେରିଛି। ରବିବାର ଆଇପିଏଲ୍‌ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍‌ସିଲ) ୨୦୨୧ ଆଇପିଏଲ୍‌ର ଖେଳସୂଚୀ ଘୋଷଣା କରିଛି। ଆଇପିଏଲ୍‌ର ଏହି ୧୪ଶ ସଂସ୍କରଣର ସମସ୍ତ ମ୍ୟାଚ୍‌ ଭାରତରେ ହିଁ ଖେଳାଯିବ। ୮ଟି ଦଳଙ୍କୁ ନେଇ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ ୯ରୁ ଆରମ୍ଭହୋଇ ମେ’ ୩୦ ପର୍ଯ୍ୟନ୍ତ ଚାଲିବ। ମୋଟ ୬ଟି ସହର- ଅହମ୍ମଦାବାଦ, ଦିଲ୍ଲୀ, ଚେନ୍ନଇ, ବେଙ୍ଗାଲୁରୁ, କଲକାତା ଓ ମୁମ୍ବଇରେ ପୂରା ଟୁର୍ଣ୍ଣାମେଣ୍ଟ ଖେଳାଯିବ।

ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍‌ର ୧୩ଶ ସଂସ୍କରଣ ୟୁଏଇରେ ଖେଳା ଯାଇଥିଲା। ଚଳିତବର୍ଷ ଏପ୍ରିଲ ୯ରେ ଚେନ୍ନଇରେ ଗତବର୍ଷର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌-୧୪ର ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ୩ଟିଯାକ ପ୍ଲେଅଫ୍ ମ୍ୟାଚ୍‌ ସହ ମେ’ ୩୦ରେ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ। ୮ଟିଯାକ ଫ୍ରାଞ୍ଚାଇଜି ତା’ର ୧୪ଟିଯାକ ଲିଗ୍ ମ୍ୟାଚ୍‌ ନିରପେକ୍ଷ ସହରରେ ଖେଳିବେ। କୌଣସି ଦଳ ନିଜ ସହରରେ ମ୍ୟାଚ୍‌ ଖେଳିବେ ନାହିଁ। ଯେପରି ଚେନ୍ନଇ ସୁପର କିଙ୍ଗ୍‌ସ କୌଣସି ମ୍ୟାଚ୍‌ ଚେନ୍ନଇରେ ଖେଳିବ ନାହିଁ। ପ୍ରତ୍ୟେକ ଦଳ ସେମାନଙ୍କର ୧୪ଟିଯାକ ଲିଗ୍ ମ୍ୟାଚ୍‌ ମୋଟ ୪ଟି ସହରରେ ହିଁ ଖେଳିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଳମାନଙ୍କ ଯିବାଆସିବାକୁ ସୀମିତ ରଖିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି।

ମୋଟ ୫୬ଟି ଲିଗ୍ ମ୍ୟାଚ୍‌ ମଧ୍ୟରୁ ବେଙ୍ଗାଲୁରୁ, ଚେନ୍ନଇ, ମୁମ୍ବଇ ଓ କଲକାତାରେ ସର୍ବାଧିକ ୧୦ଟି ଲେଖାଏଁ ଲିଗ୍ ମ୍ୟାଚ୍‌ ଖେଳାଯିବ। ଅହମ୍ମଦାବାଦ ଓ ଦିଲ୍ଲୀରେ ମୋଟ ୮ଟି ଲେଖାଏଁ ଲିଗ୍ ମ୍ୟାଚ୍‌ ଖେଳାଯିବ। ପ୍ରଥମ ୩୬ଟି ଲିଗ୍‌ ମ୍ୟାଚ୍‌ ଚେନ୍ନଇ, ଅହମ୍ମଦାବାଦ, ମୁମ୍ବଇ ଓ ଦିଲ୍ଲୀରେ ଖେଳାଯିବ। ଶେଷ ୨୦ଟି ଲିଗ୍ ମ୍ୟାଚ୍‌ ମେ’ରେ ବେଙ୍ଗାଲୁରୁ ଓ କଲକାତାରେ ଖେଳାଯିବ। ୪ଟି ପ୍ଲେଅଫ୍ ମ୍ୟାଚ୍‌କୁ ମିଶାଇ ଅହମ୍ମଦାବାଦରେ ସର୍ବାଧିକ ୧୨ଟି ମ୍ୟାଚ୍‌ ଖେଳାଯିବ। ଅପରାହ୍‌ଣ ମ୍ୟାଚ୍ ୩.୩୦ରୁ ଏବଂ ସନ୍ଧ୍ୟା ମ୍ୟାଚ୍‌ ୭.୩୦ରୁ ଆରମ୍ଭହେବ। ମୋଟ ୧୧ ଦିନ ୨ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ୬ଟି ଦଳ ୩ଟି ଅପରାହ୍‌ଣ ମ୍ୟାଚ୍ ଏବଂ ୨ଟି ଦଳ ୨ଟି ଅପରାହ୍‌ଣ ମ୍ୟାଚ୍ ଖେଳିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲ୍‌-୧୪ରୁ ପ୍ରଥମାର୍ଦ୍ଧର ସମସ୍ତ ମ୍ୟାଚ୍‌ ଖାଲି ଷ୍ଟାଡିୟମ୍‌ରେ ଖେଳାଯିବ। ପରେ ପରିସ୍ଥିତିରେ ଉନ୍ନତି ଘଟିଲେ ଷ୍ଟାଡିୟମ୍‌କୁ ଦର୍ଶକ ଛଡ଼ାଯିବା ନିଷ୍ପତ୍ତି ନିଆ ଯାଇପାରେ। ମ୍ୟାଚ୍‌ ଆୟୋଜନରେ କରୋନାର ସମସ୍ତ ସତର୍କତା ଅବଲମ୍ବନ କରାଯିବ। ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳାଯିବାର ଥିବାରୁ ଆଇପିଏଲ୍‌-୧୪ ସମସ୍ତ ଦେଶର ଖେଳାଳିଙ୍କୁ ଏଥିଲାଗି ପ୍ରସ୍ତୁତ କରିବ। ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟି୨୦ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପରେ ଆଇପିଏଲ୍‌-୧୪କୁ ଭାରତରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ଆଇପିଏଲ୍‌ ଖେଳସୂଚୀ – ୨୦୨୧

ଏପ୍ରିଲ ୦୯ :: ମୁମ୍ବଇ-ବାଙ୍ଗାଲୋର :: ସନ୍ଧ୍ୟା ୭ଟା୩୦ (ଚେନ୍ନଇ)
ଏପ୍ରିଲ ୧୦ :: ଚେନ୍ନଇ-ଦିଲ୍ଲୀ :: ସନ୍ଧ୍ୟା ୭ଟା୩୦ (ମୁମ୍ବଇ)
ଏପ୍ରିଲ ୧୧ :: ହାଇଦରାବାଦ-କଲକାତା :: ସନ୍ଧ୍ୟା ୭ଟା୩୦ (ଚେନ୍ନଇ)
ଏପ୍ରିଲ ୧୨ :: ରାଜସ୍ଥାନ-ପଞ୍ଜାବ :: ସନ୍ଧ୍ୟା ୭ଟା୩୦ (ମୁମ୍ବଇ)
ଏପ୍ରିଲ ୧୩ :: କଲକାତା-ମୁମ୍ବଇ :: ସନ୍ଧ୍ୟା ୭ଟା୩୦ (ଚେନ୍ନଇ)
ଏପ୍ରିଲ ୧୪ :: ହାଇଦରାବାଦ-ବାଙ୍ଗାଲୋର :: ସନ୍ଧ୍ୟା ୭ଟା୩୦ (ଚେନ୍ନଇ)
ଏପ୍ରିଲ ୧୫ :: ରାଜସ୍ଥାନ-ଦିଲ୍ଲୀ :: ସନ୍ଧ୍ୟା ୭ଟା୩୦ (ମୁମ୍ବଇ)
ଏପ୍ରିଲ ୧୬ :: ପଞ୍ଜାବ-ଚେନ୍ନଇ :: ସନ୍ଧ୍ୟା ୭ଟା୩୦ (ମୁମ୍ବଇ)
ଏପ୍ରିଲ ୧୭ :: ମୁମ୍ବଇ-ହାଇଦରାବାଦ :: ସନ୍ଧ୍ୟା ୭ଟା୩୦ (ଚେନ୍ନଇ)
ଏପ୍ରିଲ ୧୮ :: ବାଙ୍ଗାଲୋର-କଲକାତା :: ଅପରାହ୍ଣ ୩ଟା୩୦ (ଚେନ୍ନଇ)
ଏପ୍ରିଲ ୧୮ :: ଦିଲ୍ଲୀ-ପଞ୍ଜାବ :: ସନ୍ଧ୍ୟା ୭ଟା୩୦ (ମୁମ୍ବଇ)
ଏପ୍ରିଲ ୧୯ :: ଚେନ୍ନଇ-ରାଜସ୍ଥାନ :: ସନ୍ଧ୍ୟା ୭ଟା୩୦ (ମୁମ୍ବଇ)
ଏପ୍ରିଲ ୨୦ :: ଦିଲ୍ଲୀ-ମୁମ୍ବଇ :: ସନ୍ଧ୍ୟା ୭ଟା୩୦ (ଚେନ୍ନଇ)
ଏପ୍ରିଲ ୨୧ :: ପଞ୍ଜାବ-ହାଇଦରାବାଦ :: ଅପରାହ୍ଣ ୩ଟା୩୦ (ଚେନ୍ନଇ)
ଏପ୍ରିଲ ୨୧ :: କଲକାତା-ଚେନ୍ନଇ :: ସନ୍ଧ୍ୟା ୭ଟା୩୦ (ମୁମ୍ବଇ)
ଏପ୍ରିଲ ୨୨ :: ବାଙ୍ଗାଲୋର-ରାଜସ୍ଥାନ :: ସନ୍ଧ୍ୟା ୭ଟା୩୦ (ମୁମ୍ବଇ)
ଏପ୍ରିଲ ୨୩ :: ପଞ୍ଜାବ-ମୁମ୍ବଇ :: ସନ୍ଧ୍ୟା ୭ଟା୩୦ (ଚେନ୍ନଇ)
ଏପ୍ରିଲ ୨୪ :: ରାଜସ୍ଥାନ-କଲକାତା :: ସନ୍ଧ୍ୟା ୭ଟା୩୦ (ମୁମ୍ବଇ)
ଏପ୍ରିଲ ୨୫ :: ଚେନ୍ନଇ-ବାଙ୍ଗାଲୋର :: ଅପରାହ୍ଣ ୩ଟା୩୦ (ମୁମ୍ବଇ)
ଏପ୍ରିଲ ୨୫ :: ହାଇଦରାବାଦ-ଦିଲ୍ଲୀ :: ସନ୍ଧ୍ୟା ୭ଟା୩୦ (ଚେନ୍ନଇ)
ଏପ୍ରିଲ ୨୬ :: ପଞ୍ଜାବ-କଲକାତା :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ଏପ୍ରିଲ ୨୭ :: ଦିଲ୍ଲୀ-ବାଙ୍ଗାଲୋର :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ଏପ୍ରିଲ ୨୮ :: ଚେନ୍ନଇ-ହାଇଦରାବାଦ :: ସନ୍ଧ୍ୟା ୭ଟା୩୦ (ଦିଲ୍ଲୀ)
ଏପ୍ରିଲ ୨୯ :: ମୁମ୍ବଇ-ରାଜସ୍ଥାନ :: ଅପରାହ୍ଣ ୩ଟା୩୦ (ଦିଲ୍ଲୀ)
ଏପ୍ରିଲ ୨୯ :: ଦିଲ୍ଲୀ-କଲକାତା :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ଏପ୍ରିଲ ୩୦ :: ପଞ୍ଜାବ-ବାଙ୍ଗାଲୋର :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ମେ ୦୧ :: ମୁମ୍ବଇ-ଚେନ୍ନଇ :: ସନ୍ଧ୍ୟା ୭ଟା୩୦ (ଦିଲ୍ଲୀ)
ମେ ୦୨ :: ରାଜସ୍ଥାନ-ହାଇଦରାବାଦ :: ଅପରାହ୍ଣ ୩ଟା୩୦ (ଦିଲ୍ଲୀ)
ମେ ୦୨ :: ପଞ୍ଜାବ-ଦିଲ୍ଲୀ :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ମେ ୦୩ :: କଲକାତା-ବାଙ୍ଗାଲୋର :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ମେ ୦୪ :: ହାଇଦରାବାଦ-ମୁମ୍ବଇ :: ସନ୍ଧ୍ୟା ୭ଟା୩୦ (ଦିଲ୍ଲୀ)
ମେ ୦୫ :: ରାଜସ୍ଥାନ-ଚେନ୍ନଇ :: ସନ୍ଧ୍ୟା ୭ଟା୩୦ (ଦିଲ୍ଲୀ)
ମେ ୦୬ :: ବାଙ୍ଗାଲୋର-ପଞ୍ଜାବ :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ମେ ୦୭ :: ହାଇଦରାବାଦ-ଚେନ୍ନଇ :: ସନ୍ଧ୍ୟା ୭ଟା୩୦ (ଦିଲ୍ଲୀ)
ମେ ୦୮ :: କଲକାତା-ଦିଲ୍ଲୀ :: ଅପରାହ୍ଣ ୩ଟା୩୦ (ଅହମ୍ମଦାବାଦ)
ମେ ୦୮ :: ରାଜସ୍ଥାନ-ମୁମ୍ବଇ :: ସନ୍ଧ୍ୟା ୭ଟା୩୦ (ଦିଲ୍ଲୀ)
ମେ ୦୯ :: ଚେନ୍ନଇ-ପଞ୍ଜାବ :: ଅପରାହ୍ଣ ୩ଟା୩୦ (ବେଙ୍ଗାଲୁରୁ)
ମେ ୦୯ :: ବାଙ୍ଗାଲୋର-ହାଇଦରାବାଦ :: ସନ୍ଧ୍ୟା ୭ଟା୩୦ (କଲକାତା)
ମେ ୧୦ :: ମୁମ୍ବଇ-କଲକାତା :: ସନ୍ଧ୍ୟା ୭ଟା୩୦ (ବେଙ୍ଗାଲୁରୁ)
ମେ ୧୧ :: ଦିଲ୍ଲୀ-ରାଜସ୍ଥାନ :: ସନ୍ଧ୍ୟା ୭ଟା୩୦ (କଲକାତା)
ମେ ୧୨ :: ଚେନ୍ନଇ-କଲକାତା :: ସନ୍ଧ୍ୟା ୭ଟା୩୦ (ବେଙ୍ଗାଲୁରୁ)
ମେ ୧୩ :: ମୁମ୍ବଇ-ପଞ୍ଜାବ :: ଅପରାହ୍ଣ ୩ଟା୩୦ (ବେଙ୍ଗାଲୁରୁ)
ମେ ୧୩ :: ହାଇଦରାବାଦ-ରାଜସ୍ଥାନ :: ସନ୍ଧ୍ୟା ୭ଟା୩୦ (କଲକାତା)
ମେ ୧୪ :: ବାଙ୍ଗାଲୋର-ଦିଲ୍ଲୀ :: ସନ୍ଧ୍ୟା ୭ଟା୩୦ (କଲକାତା)
ମେ ୧୫ :: କଲକାତା-ପଞ୍ଜାବ :: ସନ୍ଧ୍ୟା ୭ଟା୩୦ (ବେଙ୍ଗାଲୁରୁ)
ମେ ୧୬ :: ରାଜସ୍ଥାନ-ବାଙ୍ଗାଲୋର :: ଅପରାହ୍ଣ ୩ଟା୩୦ (କଲକାତା)
ମେ ୧୬ :: ଚେନ୍ନଇ-ମୁମ୍ବଇ :: ସନ୍ଧ୍ୟା ୭ଟା୩୦ (ବେଙ୍ଗାଲୁରୁ)
ମେ ୧୭ :: ଦିଲ୍ଲୀ-ହାଇଦରାବାଦ :: ସନ୍ଧ୍ୟା ୭ଟା୩୦ (କଲକାତା)
ମେ ୧୮ :: କଲକାତା-ରାଜସ୍ଥାନ :: ସନ୍ଧ୍ୟା ୭ଟା୩୦ (ବେଙ୍ଗାଲୁରୁ)
ମେ ୧୯ :: ହାଇଦରାବାଦ-ପଞ୍ଜାବ :: ସନ୍ଧ୍ୟା ୭ଟା୩୦ (ବେଙ୍ଗାଲୁରୁ)
ମେ ୨୦ :: ବାଙ୍ଗାଲୋର-ମୁମ୍ବଇ :: ସନ୍ଧ୍ୟା ୭ଟା୩୦ (କଲକାତା)
ମେ ୨୧ :: କଲକାତା-ହାଇଦରାବାଦ :: ଅପରାହ୍ଣ ୩ଟା୩୦ (ବେଙ୍ଗାଲୁରୁ)
ମେ ୨୧ :: ଦିଲ୍ଲୀ-ଚେନ୍ନଇ :: ସନ୍ଧ୍ୟା ୭ଟା୩୦ (କଲକାତା)
ମେ ୨୨ :: ପଞ୍ଜାବ-ରାଜସ୍ଥାନ :: ସନ୍ଧ୍ୟା ୭ଟା୩୦ (ବେଙ୍ଗାଲୁରୁ)
ମେ ୨୩ :: ମୁମ୍ବଇ-ଦିଲ୍ଲୀ :: ଅପରାହ୍ଣ ୩ଟା୩୦ (କଲକାତା)
ମେ ୨୩ :: ବାଙ୍ଗାଲୋର-ଚେନ୍ନଇ :: ସନ୍ଧ୍ୟା ୭ଟା୩୦ (କଲକାତା)
ମେ ୨୫ :: କ୍ବାଲିଫାଏର୍‌-୧ :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ମେ ୨୬ :: ଏଲିମିନେଟର୍ସ :: ନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ମେ ୨୮ :: କ୍ବାଲିଫାଏର୍‌-୨ :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)
ମେ ୩୦ :: ଫାଇନାଲ :: ସନ୍ଧ୍ୟା ୭ଟା୩୦ (ଅହମ୍ମଦାବାଦ)

Comments are closed.