ଆଇପିଏଲ କ୍ୱାଲିଫାୟର-୨ ; ଟସ୍‍ ଜିତି ଚେନ୍ନଇର ବୋଲିଂ ନିଷ୍ପତ୍ତି

ବିଶାଖାପାଟଣା : ଆଇପିଏଲ ୨୦୧୯, କ୍ୱାଲିଫାୟର-୨ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍‍ ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଉତ୍କଣ୍ଠାପୁର୍ଣ୍ଣ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନଇ ଟସ୍‍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ଫତ୍ତି ନେଇଛି। ଏହି ମ୍ୟାଚରେ ଯେଉଁ ଦଳ ବିଜୟଲାଭ କରିବ ସେ ରବିବାର ହେବାକୁ ଥିବା ଫାଇନାଲ ମ୍ୟାଚରେ ମୁମ୍ବଇକୁ ଭେଟିବ। ଉଭୟ ଚେନ୍ନଇ ଓ ଦିଲ୍ଲୀ ୧୪ଟି ମ୍ୟାଚ ମଧ୍ୟରୁ ୯ଟି ଲେଖାଁଏ ମ୍ୟାଚ ଜିତିଛନ୍ତି।

Comments are closed.