ନାଇଟ୍‍ ରାଇଡର୍ସକୁ ୫ ୱିକେଟରେ ହରାଇଲା ସୁପର କିଙ୍ଗସ୍‍

କୋଲକାତା : ଇଣ୍ଡିଆନ ପ୍ରିମିୟର ଲିଗ ରବିବାର ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍‍ ରାଇଡର୍ସକୁ ୫ ୱିକେଟରେ ହରାଇଛି ଚେନ୍ନାଇ ସୁପର କିଙ୍ଗସ୍‍। ଚେନ୍ନାଇର ସୁରେଶ ରାଇନା ଅପରାଜିତ ଅର୍ଦ୍ଧଶତକ ବଳରେ ଚେନ୍ନାଇ ଏହି ବିଜୟ ହାସଲ କରିଛି। ଚେନ୍ନାଇ ୧୯.୪ଟି ବଲରେ ୫ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରା କରିଛି। ସେହିପରି କୋଲକାତାର ସୁନୀଲ ନାରାୟଣ ଓ ପିୟୁଷ ଚାୱଲା ୨-୨ଟି ୱିକେଟ ନେଇଥିଲେ।
କୋଲକାତାରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ଟଚ୍‍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। କୋଲକତା ପ୍ରଥମେ ବ୍ୟାଟିଂ କରି ଚେନ୍ନଇକୁ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୨ ରନ ଟାର୍ଗେଟ ଦେଇଥିଲା।

Comments are closed.