ମୁମ୍ବଇ ଇଣ୍ଡିଆନ୍ସ ପିନ୍ଧିଲା ଆଇପିଏଲ-୧୨ ମୁକୁଟ

ହାଇଦ୍ରାବାଦ : ଆଇପିଏଲ-୧୨ର ଫାଇନାଲ ମ୍ୟାଚ ବେଶ ରୋମାଞ୍ଚକର ସହ ଶେଷ ହୋଇଛି। ଚେନ୍ନଇ ସୁପର କିଙ୍ଗସ୍‍କୁ ମାତ୍ର ୧ ରନରେ ହରାଇ ମୁମ୍ବଇ ଇଣ୍ଡିଆନ୍ସ ଆଇପିଏଲ-୧୨ର ମୁକୁଟ ପିନ୍ଧିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚ ଶେଷ ବଲ ପର୍ଯ୍ୟନ୍ତ ଉଭୟ ଦଳର ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ବଜାଇ ରଖିଥିଲା।
ପ୍ରଥମ ଇନିଙ୍ଗସରେ ମୁମ୍ବଇ ୨୦ ଓଭରରେ ୮ ୱିକେଟ ହରାଇ ୧୪୯ରନ କରିଥିଲା। ଶେଷ ଓଭରରେ ମୁମ୍ବଇର ଲଥିସ ମାଲିଙ୍ଗା ବୋଲିଂ କରିଥିଲେ। ଶେଷ ବଲକୁ ମାତ୍ର ଦୁଇ ରନ ବାକି ରହିଥିବା ବେଳେ ଲଥିସ ମାଲିଙ୍ଗାଙ୍କ ବୋଲିଂ ଦ୍ୱାରା ସାଦୁର୍ଲ ଠାକୁର ୧ରନ କରିଥିଲେ। ଫଳରେ ଚେନ୍ନଇ ମାତ୍ର ୧ରନରେ ଆଇପିଏଲ ଫାଇନାଲ ମୁକୁଟ ଠାରୁ ଦୂରେଇ ଯାଇଥିଲା। ଶେଷ ଓଭରରେ ସେନ ୱାଟସନ ଓ ୧୩ନମ୍ବର ଓଭରରେ ଧୋନିଙ୍କ ରନଆଉଟ ଚେନ୍ନଇକୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

Comments are closed.