ଆଇପିଏଲ୍‌ ଫାଇନାଲ : ଟସ୍‌ ଜିତି ବ୍ୟାଟିଂ କରୁଥିବା ଦିଲ୍ଲୀ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲର ଶେଷ ମ୍ୟାଚ୍‌ ଅର୍ଥାତ ଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ବର୍ତ୍ତମାନ ସୁଦ୍ଧ ୭ ଓଭର ଖେଳି ୪୬ ରନ୍‌ ମଧ୍ୟରେ ନିଜର ୩ଟି ମୂଲ୍ୟବାନ ୱିକେଟ ହରାଇ ସାରିଛି।

ଫାଇନାଲରେ ଶିଖର ଧାୱନଙ୍କ ସହ ଗତ ମ୍ୟାଚରେ ଭଲ ଆରମ୍ଭ କରିଥିବା ଷ୍ଟୋନିସ୍ ଆଜି ମଧ୍ୟ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇତିଲେ। କିନ୍ତୁ ପ୍ରଥମ ବଲ୍‌ରେ ହିଁ ମୁମ୍ବଇର ଦ୍ରୁତ ବୋଲର ବୋଲ୍ଟଙ୍କ ପ୍ରଥମ ଶିକାର ହୋଇଥିଲେ। ଏହାପରେ ପଡିଆକୁ ବ୍ୟାଟିଂ ପାଇଁ ଆସିଥିବା ରାହାଣେ ମଧ୍ୟ ମାତ୍ର ୨ ରନ୍ କରି ବୋଲ୍ଟଙ୍କ ଦ୍ବିତୀୟ ଓଭରରେ ତାଙ୍କର ୨ୟ ଶିକାର ହୋଇଥିଲେ। ପୂର୍ବମ୍ୟାଚ ଗୁଡିକରେ ଦିଲ୍ଲୀକୁ ଏକ ଭଲ ଆରମ୍ଭ ଦେଉଥିବା ରାହାଣେ ନିଜ ଲକ୍ଷକୁ ଫେରୁଥିବା ବେଳେ ମୁମ୍ବଇ ପକ୍ଷରୁ ଆଜିର ମ୍ୟାଚ ଖେଳୁଥିବା ସ୍ପିନର ଜୟନ୍ତ ଯାଦବଙ୍କ ପ୍ରଥମ ଶିକାର ହୋଇଥିଲେ।


ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ କ୍ୟାପିଟାଲ୍‌ସ ୭ ଓଭରର ଖେଳି  ୪୬ ରନ୍‌ ସଂଗ୍ରହ କରିଥିବା ବେଳେ ୩ ଟି ୱିକେଟ ହରାଇ ସାରିଛି। ମୁମ୍ବଇର ସଫଳ ବୋଲ ଭାବେ ବୋଲ୍ଟ ୨ ୱିକେଟ, ଜୟନ୍ତ ଯାଦବ ୧ ୱିକେଟ ନେଇଛନ୍ତି।

Comments are closed.