କ୍ବାଲିଫାୟର-୨ : ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସର ବ୍ୟାଟିଂ ନିଷ୍ପତ୍ତି

ସନ୍‌ରାଇଜର୍ସ ହାଇଦରାବାଦ୍ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା

ଆବୁଧାବି : ଆଇପିଏଲ-୧୩ତମ ସଂସ୍କରଣର ୨ୟ କ୍ବାଲିଫାୟାର ମ୍ୟାଚ୍ ରବିବାର ଆରମ୍ଭ ହୋଇଛି ।ଆଜିର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ଫାଇନାଲ ଖେଳିବା ପାଇଁ ଏହି ମ୍ୟାଚକୁ ଜିତିବା ଉଭୟ ଦଳ ପାଇଁ ନିହାତି ଆବଶ୍ୟକ । ଆଜିର ମ୍ୟାଚକୁ ଜିତି ପୂର୍ବତନ ଚମ୍ପିଆନ୍ ହାଇଦରାବାଦ୍‌ ୩ୟ ଥର ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଥିବାବେଳେ ଦିଲ୍ଲୀ ପ୍ରଥମଥର ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି । ପ୍ଲେଅଫ୍‌ରେ ପହଞ୍ଚିବା ଲାଗି ସନ୍‌ରାଇଜର୍ସକୁ ତା’ର ଶେଷ ୩ଟିଯାକ ମ୍ୟାଚ୍ ଜିତିବାର ଥିଲେ ହେଁ ଏଥିରେ ସଫଳ ହୋଇଥିଲା। ପୁଣି ଏଲିମିନେଟରରେ ଏହା ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ବିଦାକରି ଏଠାରେ ପହଞ୍ଚିଛି ।ସେହିପରି ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ୨ୟ ଚରଣରେ ଆତ୍ମବିଶ୍ବାସ ହରାଇଛି। ଦିଲ୍ଲୀ ଶେଷ ୬ ଲିଗ୍‌ ମ୍ୟାଚରୁ ମାତ୍ର ଗୋଟିଏ ଜିତିଥିବା ବେଳେ ୫ଟି ମ୍ୟାଚ୍‌ରେ ପରାଜିତ ହୋଇଛି ।ଉଭୟ ଦଳ ଚଳିତ ସଂସ୍କରଣରେ ଦୁଇଥର ମୁହାଁମୁହିଁ ହୋଇଛନ୍ତି। ଉଭୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ପରାସ୍ତ ହୋଇଛି।

Comments are closed.