ସନରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ୧୬୪ ରନର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଦୁବାଇ :  ଆଇପିଏଲ- ୨୦୨୦ର ତୃତୀୟ ମ୍ୟାଚରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ୧୬୪ ରନର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜିର ମ୍ୟାଚରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ।

ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୫  ଓ୍ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ଦେବଦତ୍ତ ଦଳ ପକ୍ଷରୁ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଏବି ଡିଭିଲର୍ସ ୫୧ ରନ କରିଛନ୍ତି।

Comments are closed.