ଆଇପିଏଲ – ୨୦୨୦ : ନିଲାମ ପାଇଁ ନାମ ପଞ୍ଜୀକରଣ କଲେ ୧୧ ଦେଶର ୯୭୧ ଖେଳାଳି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)- ୨୦୨୦ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ଚଳିତ ମାସ ୧୯ରେ କୋଲକାତା ଠାରେ ଅନୁଷ୍ଠିତ ହେବ। ଏହା ଆଇପିଏଲର ୧୩ତମ ସଂସ୍କରଣ। ଏହାର ନିଲାମ ପାଇଁ ୧୧ଦେଶର ପାଖାପାଖି ୯୭୧ଜଣ ଖେଳାଳି ନାମ ପଞ୍ଜୀକରଣ କରିଥିବା ସୋମବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ – ୨୦୨୦ରେ ନାମ ପଞ୍ଜୀକରଣର ଶେଷ ତାରିଖ ନଭେମ୍ବର ୩୦ପର୍ୟ୍ୟନ୍ତ ରଖାଯାଇଥିଲା। ଏହି ନିଲାମ ପ୍ରକ୍ରିୟାରେ ୭୧୩ଜଣ ଭାରତୀୟଙ୍କ ସମେତ ୨୫୮ଜଣ ବିଦେଶୀ ଖେଳାଳି ସାମିଲ ହେବେ।

ସେହିଭଳି ୭୫୪ଜଣ ନୂଆ ଖେଳାଳି ଏହି ନିଲାମରେ ସାମିଲ ହେବେ। ଏମାନେ ଏଥିପାଇଁ ନାମ ପଞ୍ଜୀକରର କରିଥିବା ଜଣାପଡିଛି।  ୭୩ଟି ଖାଲି ଥିବା ସ୍ଥାନ ପାଇଁ ଏହି ନିଲାମ ହେବ। ଏଥିରେ ଅନ୍ତର୍ଜାତୀୟ ସ୍ଥରରେ କ୍ରିକେଟ ଖେଳିଥିବା ୨୧୫ଜଣ ଖେଳାଳି ଭାଗ ନେବେ।

Comments are closed.