କେକେଆର ଓ ଏସଆରଏଚ୍ ମଧ୍ୟରେ ମୁକାବିଲା : ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ : ଆଇପିଏଲର ଅଷ୍ଟମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଆଜିର ମ୍ୟାଚରେ ହାଇଦ୍ରାବାଦର ଅଧିନାୟକ ଡେଭିଡ଼ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଉଭୟ ଦଳଙ୍କ ଆଇପିଏଲ୍ ରେକର୍ଡ ଦେଖିଲେ କେକେଆର ଭଲ ସ୍ଥିତିରେ ରହିଛି । ଉଭୟ ଦଳ ମଧ୍ୟରେ ୧୭ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରୁ କୋଲକାତା ୧୦ଟି ଓ ହାଇଦ୍ରାବାଦ ୭ଟି ମ୍ୟାଚ୍ ଜିତିଛି। ମାତ୍ର ଗତ ବୁଧବାର ମୁମ୍ବଇ ବିପକ୍ଷ ମ୍ୟାଚରେ କେକେଆର ୪୯ ରନରେ ପରାସ୍ତ ହୋଇଥିଲା। ସେହିଭଳି ହାଇଦ୍ରାବାଦ ମଧ୍ୟ ପ୍ରଥମ ମ୍ୟାଚରେ ଆରସିବିଠାରୁ ୧୦ରନରେ ପରାସ୍ତ ହୋଇଥିଲା।

Comments are closed.