ଭାରତରେ ଆଇଫୋନ୍‌ ୧୪ ତିଆରି ଆରମ୍ଭ କଲା ଏପଲ୍‌

ନୂଆଦିଲ୍ଲୀ – ଭାରତର ଏପଲ୍‌ କମ୍ପାନୀ ଆଇଫୋନ୍‌ ୧୪ ପ୍ରସ୍ତୁତ କରିବା ଆରମ୍ଭ କରିଛି । ପୂର୍ବରୁ ଚୀନ୍‌ରେ ଏପଲ୍‌ କମ୍ପାନୀ ଏହାର ଅଧିକାଂଶ ଉତ୍ପାଦ ପ୍ରସ୍ତୁତ କରୁଥିଲା । ଭାରତରେ ଏହାର ଉତ୍ପାଦନ ଆରମ୍ଭ ହେବା ପରେ ଦେଶରେ ଏପଲ୍‌ କୁ ପସନ୍ଦ କରୁଥିବା ଗ୍ରାହକମାନେ ଅପେକ୍ଷାକୃତ କମ୍‌ ଦରରେ ଏହାକୁ ପାଇ ପାରିବେ । ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍‌ ବ୍ୟବହାର କରୁଥିବା ଦେଶ । ଚୀନ୍‌ରେ ସର୍ବାଧିକ ସ୍ମାର୍ଟ ଫୋନ୍‌ ବ୍ୟବହାର କରାଯାଏ ।

ଏପଲ୍‌ ୧୪ରେ ଆଧୁନିକ ବୈଷୟିକ ଜ୍ଞାନା କୌଶଳ(The new iPhone 14 lineup introduces groundbreaking new technologies and important safety capabilities.) ସହ ସାଇବର ସୁରକ୍ଷାର ଅତି ଉଚ୍ଚତମ କ୍ଷମତା ରହିଛି । ଏପଲ୍‌ ଫୋନ୍‌ର ସୁରକ୍ଷା ଏବଂ ଏହାର ଉନ୍ନତ ଧରଣର ଫିଚର ପାଇଁ  ବେଶ୍‌ ଲୋକପ୍ରିୟ ।

ଭାରତରେ ୨୦୧୭ ମସିହାରେ ଏପଲ୍‌ ଏହାର ସ୍ମାର୍ଟଫୋନ୍‌ ଉତ୍ପାଦନ ଆରମ୍ଭ କରିଥିଲା । ପ୍ରଥମେ ଏପଲ୍‌ ଏସ୍‌ଇ ମଡେଲ୍‌ର ଉତ୍ପାଦନ କରାଯାଇଥିଲା । ଭାରତରେ ଏବେ ଆଇଫୋନ୍‌ ୧୪ ସହ ଏହାର ପ୍ଲସ୍‌, ପ୍ରୋ ଏବଂ ପ୍ରୋ ମାକ୍ସ ପ୍ରକରଣର ଉତ୍ପାଦନ କରାଯିବ ।

Comments are closed.