ନିରବଙ୍କ ଭାଇଙ୍କ ବି​ରୋଧରେ ରେଡ୍‌ କର୍ଣ୍ଣର ​ନୋଟିସ୍‌ ଜାରି କଲା ଇଣ୍ଟରପୋଲ୍‌

ପିଏନ୍‌ବି ଠକେଇ ମାମଲା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ରେ ସଂଗଠିତ ବୃହତ୍‌ ଠକେଇ ଘଟଣାର ମୁଖ୍ୟ କାର୍ପଟଦାର ନିରବ ମୋଦୀଙ୍କ ଭାଇ ନେହାଲ ​ମୋଦୀଙ୍କ ବି​ରୋଧରେ ଇଣ୍ଟରପୋଲ୍‌ ରେଡ୍‌ କର୍ଣ୍ଣର ​ନୋଟିସ୍ ଜାରି କରିଛି । ନେହାଲ ଇଣ୍ଟରପୋଲ୍‌ରେ କରିଥିବା ଏକ ଅପିଲ୍‌ରେ ବିଫଳ ହେବା ପରେ ତାଙ୍କ ନାମରେ ଏହି ନୋଟିସ୍‌ ଜାରି ହୋଇଛି । ଯାହା ଫଳରେ ଇଣ୍ଟରପୋଲ୍‌ ତାଙ୍କର ନାମକୁ ଏବେ ସାର୍ବଜନୀନ କରାଇଛି । ବଡ ଭାଇ ନିରବଙ୍କ ପିଏନ୍‌ବି ଠକେଇ ଘଟଣାର ଅନ୍ୟତମ ​ଦୋଷୀ ବେଲଜିୟମ୍‌ ନାଗରିକ ନେହାଲ ଦୀପକ ​ମୋଦୀଙ୍କୁ ସିବିଆଇ ହେପାଜତକୁ ନେବାକୁ ଚାହୁଁଛି । ସିବିିଆଇ ପକ୍ଷରୁ ପିଏନ୍‌ବି ମାମଲାରେ ୨୭ ଜଣଙ୍କ ବି​ରୋଧରେ ଦାଏର କରାଯାଇଥିବା ଅତିରିକ୍ତ ଚାର୍ଜଶିଟ୍‌ରେ ନେହାଲଙ୍କ ନାମ ରହିଛି ।​‌ ନିରବ ପିଏନ୍‌ବିରେ କରିଥିବା ଠକେଲ ଘଟଣାର ପ୍ରମାଣକୁ ନେହାଲ ଦୁବାଇରେ ନଷ୍ଟ କରିବାକୁ ପ୍ରଚେଷ୍ଟା କରିଥିବା ଅଭିଯୋଗ ରହିଛି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସିର ଅନୁରୋଧକ୍ରମେ ଇଣ୍ଟରପୋଲ୍‌ ଏଭଳି ନୋଟିସ୍‌ ଜାରି କରିଛି ।

Comments are closed.