ଆସନ୍ତାକାଲି ପଞ୍ଚମ ଆନ୍ତର୍ଜାତିକ ଯୋଗଦିବସ

ନୂଆଦିଲ୍ଲୀ: ଆସନ୍ତାକାଲି (ଶୁକ୍ରବାର) ପଞ୍ଚମ ଆନ୍ତର୍ଜାତିକ ଯୋଗଦିବସ ପାଳନ କରାଯିବ। ଯୋଗାଭ୍ୟାସ ଦ୍ୱାରା ମିଳୁଥିବା ବିଭିନ୍ନ ଉପକାର ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଉଛି। ସାରା ବିଶ୍ୱରେ ଯୋଗର ପ୍ରଚାର ଓ ପ୍ରସାର ପାଇଁ ଜାତିସଂଘ ପକ୍ଷରୁ ୨୦୧୪ ଡିସେମ୍ବରରେ ପ୍ରତିବର୍ଷ ଜୁନ୍‍ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗଦିବସ ପାଳନ ପାଇଁ ସ୍ଥିର କରାଯାଇଥିଲା।

ଭାରତରେ ମୁଖ୍ୟ ଯୋଗ ଉତ୍ସବ ଝାଡ଼ଖଣ୍ଡର ରାଞ୍ଚିରେ ପାଳନ କରାଯିବ। ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିବେ। ସେଠାରେ ପ୍ରାୟ ୩୦ ହଜାର ଲୋକ ପ୍ରଭାତ ତାର ପଡିଆରେ ଯୋଗ ଆସନ କରିବେ ବୋଲି ଆଶା ରଖାଯାଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜଧାନୀ ଦିଲ୍ଲୀରେ ମୁଖ୍ୟ ଯୋଗ ଉତ୍ସବ ରାଜପଥରେ ହେବ। ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ନୂଆଦିଲ୍ଲୀ ପୌର ପରିଷଦ ପକ୍ଷରୁ ଏହି ଯୋଗ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଦେଶ ଏବଂ ଦେଶ ବାହାରେ ଯୋଗ ଦିବସରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଉତ୍ତରାଖଣ୍ଡରେ ଯୋଗ ଦିବସ ପାଳନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯୋଗ ଦିବସ ପାଇଁ ଗୋଆରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଗୋଆ ସରକାର ନମ୍ରତା ମେନନଙ୍କୁ ରାଜ୍ୟ ଯୋଗ ଆମ୍ବାସଡର ନିଯୁକ୍ତ କରିଛନ୍ତି। ନମ୍ରତା ମେନନ ଯୋଗ ଆଚାର୍ଯ୍ୟ, ଯୋଗ ଶିରୋମଣି ଏବଂ ଯୋଗ ଭାସ୍କର ଶିକ୍ଷା ଦେଉଛନ୍ତି।

Comments are closed.